କାତାର: ବହୁ ପ୍ରତିକ୍ଷୀତ ଫୁଟବଲ୍ ବିଶ୍ବକପ୍ (ଫିଫା) ରବିବାର ଉଦ୍ଘାଟିତ ହୋଇଯାଇଛି। ଫୁଟବଲ୍ ମ୍ୟାଚ୍ର ସବୁଠାରୁ ବଡ଼ ମହାକୁମ୍ଭ କୁହାଯାଉଥିବା ବିଶ୍ବକପ୍-୨୦୨୨ର ଉଦ୍ଘାଟନୀ ସମାରୋହରେ କଳାକାରମାନେ ନିଜର ପସ୍ତୁତି ଦେଇଛନ୍ତି। ବିଟିଏସ୍ ବ୍ୟାଣ୍ଡର କଳାକାରମାନେ ଦର୍ଶକ ଓ ଫୁଟବଲ୍ପ୍ରେମୀଙ୍କ ମନ ମୋହିଛନ୍ତି। ଉଦ୍ଘାଟନୀ ଅବସରରେ କାତାର ଓ ଇକ୍ବେଡର ମ୍ୟାଚ ଖେଳୁଛନ୍ତି।
ଫିଫା ବିଶ୍ବକପ୍ର ଉଦଘାଟନୀ ସମାରୋହ ଦୋହାସ୍ଥିତ ଅଲ୍ ବାୟେତ୍ ଷ୍ଟାଡିୟମରେ ହୋଇଛି, ଯେଉଁଠାରେ ୬୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଉଦ୍ଘାଟନୀ ସମାରୋହରେ ଦକ୍ଷିଣ କୋରିଆର ରକ୍ ବ୍ୟାଣ୍ଡ ବିଟିଏସ୍ ପରଫରମାନ୍ସ କରିଥିଲା। ବ୍ୟାଣ୍ଡର ୭ ଜଣ କଳାକାର ପ୍ରସ୍ତୁତି ଦେଇଥିଲେ। ଏହା ବ୍ୟତୀତ ସ୍ଥାନୀୟ କଳାକାର ମଧ୍ୟ ନିଜ ନିଜର ପ୍ରସ୍ତୁତି ଦେଇଥିଲେ।
ସୂଚନାଯୋଗ୍ୟ, ଫିଫା ବିଶ୍ବକପ୍ ପାଖାପାଖି ୧ ମାସ ଯାଏଁ ଜାରି ରହିବ। ଫିଫା ବିଶ୍ବକପରେ ବର୍ତ୍ତମାନର ଚାମ୍ପିଅନ ଫ୍ରାନ୍ସ ସମେତ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଟିମ୍ଗୁଡ଼ିକୁ ୪-୪ର ମୋଟ ୮ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ ରାଉଣ୍ଡ ଅନୁସାରେ ମୋଟ ୧୬ଟି ଟିମ୍ କ୍ବାର୍ଟର ଫାଇନାଲରେ ପହଞ୍ଚିବେ। ଏହା ପରେ ନକ୍ଆଉଟ୍ ମ୍ୟାଚ୍ ଆରମ୍ଭ ହୋଇଯିବ। ଡିସେମ୍ବର ୧୮ ତାରିଫରେ ଫାଇନାଲ ମ୍ୟାଚ ଖେଳାଯିବ।