ମୁମ୍ବାଇ: ରୁଷିଆରେ ଚାଲିଥିବା ୨୧ତମ ଫୁଟବଲ ବିଶ୍ୱକପ୍ରେ ଜଣେ ୧୦ ବର୍ଷିଅ ଭାରତୀୟ ବାଳକ ଇତିହାସ ରଚିଛନ୍ତି। ବେଙ୍ଗାଲୁରୁର ଏହି ବାଳକ ଅଫିସିଆଲ ମ୍ୟାଚ୍ ବଲକୁ ପଡ଼ିଆ ଭିତରେ ଧରିଥିବା ଦେଖାଯାଇଥିଲା। ଫୁଟବଲ୍ ମହାକୁମ୍ଭ ଫିଫା ବିଶ୍ୱକପ୍ର ‘ଗ୍ରୁପ-ଜି’ର ବେଲଜିୟମ ଓ ପାନାମା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ବଲ୍ ଧରି ନିଜର ସ୍ୱପ୍ନକୁ ପୂରା କରିଛନ୍ତି ବେଙ୍ଗାଲୁରୁର ବାଳ ଋଷି ତେଜ୍।
ବିଶ୍ୱର ଅନ୍ୟତମ ବୃହତ୍ତ ଖେଳ ସମାରୋହରେ ଭାଗ ନେବା ପରେ ଋଷି କହିଛନ୍ତି, ମୁଁ ଉତ୍ସାହିତ, ଆପଣ କେବେ କଳ୍ପନା କରି ପାରିବେ ନାହିଁ। ମୁଁ ସ୍ୱପ୍ନ ଦେଖୁଛି। ରୁଷିଆର ପ୍ରତିଟି ମୂହୁର୍ତ୍ତକୁ ମୁଁ ମନେ ପକାଉଛି। ମୁଁ କେବଳ ଉତ୍ସାହିତ ନଥିଲି ବରଂ କେମିତି ଖେଳାଯାଉଛି ସମୀକ୍ଷା କରୁଥିଲି।
Great to see India’s 1st ever Official Match Ball Carrier at the @FIFAWorldCup thanks to @KiaMotorsIN. Super initiative. Well done Rishi Tej from #bengaluru. @chetrisunil11 @squareConsult #football #lifetimeopportunity #worldcup #FifaWorldCup18 pic.twitter.com/mXUkw0Oium
— Vishal Jhunjhunwala (@vj2w) June 18, 2018
ବିଶ୍ୱର ୩ ନମ୍ବର ଦଳ ବେଲଜିୟମ ଟିମ୍ ସୋଚି ଷ୍ଟାଡିୟମରେ ୩-୦ରେ ପାନାମାକୁ ପରାସ୍ତ କରିଛି। ପ୍ରଥମ ହାଫରେ ଆଦୌ ଗୋଲ ହୋଇ ନଥିଲେ ମଧ୍ୟ ୨ୟ ହାଫରେ ବେଲଜିୟମର ଖେଳାଳିମାନେ ଭଲ ପ୍ରଦର୍ଶନ କରିିଥିଲେ ଓ ଏଥିରେ ୩ଟି ଗୋଲ ଦେଇ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ ଜିତି ଥିଲେ।
ବେଲଜିୟମ ପାଇଁ ଡେରି ମାର୍ଟିନ ୪୭ ମିନିଟରେ ଗୋଲ ଦେଇଥିବା ବେଳେ ରୋମଲୁ ଲୁକାକୁ ୬୯ ଓ ୭୫ ମିନିଟରେ ଗୋଲ ଦେଇଥିଲେ। କେବଳ ଋଷି ନୁହଁନ୍ତି ଆନ୍ଧ୍ରପ୍ରଦେଶର ଜନ କେ.ଙ୍କୁ ମଧ୍ୟ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ‘ଗ୍ରୁପ୍-ଇ’ର ବ୍ରାଜିଲ ଓ କୋଷ୍ଟାରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ପଡ଼ିଆ ଭିତରେ ବଲ ଧରିଥିବାର ଦୃଶ୍ୟ ଦେଖାଯିବ।