ମସ୍କୋ: ବିଶ୍ୱର କୋଣ ଅନୁକୋଣରୁ ଫୁଟବଲ୍ ପ୍ରଶଂସକମାନେ ଫିଫା ବିଶ୍ୱକପ୍ ଦେଖିବା ପାଇଁ ରୁଷିଆକୁ ପହଞ୍ଚିଛନ୍ତି। ଗତ ଜୁନ ୧୪ରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆଗାମୀ ଜୁଲାଇ ୧୫ରେ ଫାଇନାଲ ହେବ। ରୁଷିଆର ବାର୍, ବିୟର ଗାର୍ଡେନ ଓ କ୍ରାଫ୍ଟ ବିୟର ପବସ୍ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କିନ୍ତୁ ରୁଷିଆର ବିଅର ଶିଳ୍ପ ଉପରେ କୌଣସି ପ୍ରଭାବ ପଡୁନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଆଲକୋହଲ ବିକ୍ରି ମାମଲାରେ ରୁଷିଆର ସ୍ଥାନ ୧୪ରେ ରହିଛି।
ରୁଷିଆର ୧ ନମ୍ବର ବିଅର କମ୍ପାନି ‘ବାଲ୍ଟିକା’ର ସିନିଅର ଡଭଲପମେଣ୍ଟ ନିର୍ଦ୍ଦେଶକ କହିଛନ୍ତି, ରୁଷିଆରେ ବର୍ତ୍ତମାନ ବିଦେଶୀ ଦେଶର ବିକ୍ରି ବଢ଼ିଛି। ଫଳରେ ସ୍ୱଦେଶରେ ଉତ୍ପାଦିତ ବିଅର ବିକ୍ରି କମିଛି କିନ୍ତୁ ବାର୍ଷିକ କାରବାର ମାମଲାରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଜାପାନର ବିୟର ଉତ୍ପାଦନ କମ୍ପାନି ‘କିରିନ’ ଦ୍ୱାରା ୨୦୧୬ରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ ‘ଭୋଡକା’ ସୋସିଆଲ ଲାଇଫ୍ରେ ବଡ଼ ଭୂମିକା ନିଭାଇଛି। ରୁଷରେ ଏହି କମ୍ପାନୀ ୩୨ତମ ସ୍ଥାନରେ ଅଛି। ବିକ୍ରି ଓ ବିଜ୍ଞାପନ ଉପରେ ନିଷିଦ୍ଧ ଲଗାଯିବା ପରେ ୨୦୦୦ ତୁଳନାରେ ରୁଷିଆରେ ବିଅର ବିକ୍ରି ହ୍ରାସ ଘଟିଛି। ସେହିପରି ୨୦୧୧ ପରେ ବିଅରକୁ ସଫ୍ଟ ଡ୍ରିଙ୍କ ସ୍ଥାନରେ ଆଲକୋହଲ ଡ୍ରିଙ୍କକୁ ପ୍ରାଧାନ୍ୟ ଦିଆଯାଇଛି ଓ ରାତିରେ ବିକ୍ରି ବନ୍ଦ କରି ଦିଆଯାଇଛି।