ଫିଫା ବିଶ୍ୱକପ ଇତିହାସରେ ଫ୍ରାନ୍ସ ପ୍ରଥମ ଥର ଉରୁଗୁଏକୁ ୨-୦ରେ ହରାଇଲା, ସେମିଫାଇନାଲରେ ପ୍ରବେଶ

ନୋଭଗୋରୋଦ(ରୁଷିଆ): ଚଳିତ ଫୁଟବଲ ବିଶ୍ୱକପ୍‌ର ପ୍ରଥମ କ୍ୱାର୍ଟର ଫାଇନାଲରେ ଶୁକ୍ରବାର ଫ୍ରାନ୍ସ ୨-୦ରେ ଉରୁଗୁଏକୁ ପରାସ୍ତ କରିଛି। ଫିଫା ବିଶ୍ୱକପ ଇତିହାସରେ ଫ୍ରାନ୍ସ ପ୍ରଥମ ଥର ଉରୁଗୁଏ ହରାଇବା ସହିତ ସେମିଫାଇନାଲରେ ପ୍ରବେଶ କରିଛି। ଫ୍ରାନ୍ସର ରାଫେଲ ବରାନ ୪୦ ମିନିଟରେ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ। ସେ ଆଣ୍ଟୋନି ଗ୍ରୀଜମ୍ୟାନଙ୍କ କର୍ଣ୍ଣର କିକ୍‌ ବଲକୁ ହେଡରକୁ ଗୋଲପୋଷ୍ଟ ପର୍ଯ୍ୟନ୍ତ ନେଇଥିଲେ।

ଫ୍ରାନ୍ସ ପାଇଁ ୨ୟ ଗୋଲ ଦେଇଥିଲେ ଗ୍ରୀଜମ୍ୟାନ। ସେ ୬୧ ମିନିଟରେ ଗୋଲ ଦେଇଥିଲେ। ବକ୍ସ ବାହାରୁ ସର୍ଟ ମାରି ବଲକୁ ମାରିଥିଲେ। ଉରୁଗୁଏର ଗୋଲକିପର ଫର୍ଣ୍ଣାଡୋ ମୁସଲେରାଙ୍କ ହାତରେ ବଲ ବାଜିଥିଲେ ମଧ୍ୟ ସେ ଗୋଲକୁ ଅଟକାଇ ପାରି ନଥିଲେ।

ଏହା ପୂର୍ବରୁ ଫ୍ରାନ୍ସର ଲୁକାସ ହର୍ଣ୍ଣାଡେଜଙ୍କୁ ମ୍ୟାଚର ପ୍ରଥମ ୟଲୋ କାର୍ଡ ୩୩ ମିନିଟରେ ମିଳିଥିଲା। ୬୯ ମିନିଟରେ କାଲିୟନ ଏମ୍ବାପ୍ପୋଙ୍କୁ ମଧ୍ୟ ଏହି କାର୍ଡ ମିଳିଥିଲା। ଫ୍ରାନ୍ସ ୮୦ ମିନିଟରେ ଟୋଲିସୋଙ୍କ ସ୍ଥାନରେ ଏନଜୋନଜି, ୮୮ ମିନିଟରେ କିଲିୟନ ଏମ୍ବାପ୍ପେଙ୍କ ସ୍ଥାନରେ ଡେମ୍ବେଲେ ଓ ୯୦+୩ ମିନିଟରେ ଗ୍ରୀଜମ୍ୟାନଙ୍କୁ ଡାକିଥିଲା।

ସମ୍ବନ୍ଧିତ ଖବର