ଫିଫା ବିଶ୍ୱ ମାନ୍ୟତା: ଦୁଇଟି ସ୍ଥାନ ଉଠିଲା ସ୍ପେନ୍‌

ମାଦ୍ରିଦ୍‌: ଫିଫା ବିଶ୍ୱ ମାନ୍ୟତାରେ ସ୍ପେନ୍‌ ୨ ଏବଂ ସ୍ୱିଜରଲାଣ୍ଡ୍‌ ୩ ସ୍ଥାନ ଉପରକୁ ଉଠି ଷଷ୍ଠ ଏବଂ ଅଷ୍ଟମରେ ରହିଛନ୍ତି। ଗୁରୁବାର ଘୋଷିତ ଏହି ମାନ୍ୟତା ତାଲିକାରେ ପ୍ରଥମ ୫ ସ୍ଥାନରେ କୌଣସି ପରିବର୍ତନ ହୋଇନାହିଁ। ପୂର୍ବ ପରି ଜର୍ମାନି ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଏହା ପଛକୁ ବ୍ରାଜିଲ, ପର୍ତୁଗାଲ୍‌, ଆର୍ଜେଣ୍ଟିନା ଏବଂ ବେଲ୍‌ଜିୟମ ରହିଛନ୍ତି। ପୋଲାଣ୍ଡ୍‌ ସପ୍ତମରେ ରହିଥିଲା ବେଳେ ଫ୍ରାନ୍ସ ନବମ ଏବଂ ଚିଲି ଦଶମରେ ରହିଛି। ଭାରତ ମାନ୍ୟତା ତାଲିକାର ୧୦୫ତମ ସ୍ଥାନରେ ସନ୍ତୁଷ୍ଟ ରହିଛି।

ସମ୍ବନ୍ଧିତ ଖବର