ପଞ୍ଚମ ଏସ୍‌ଆର୍‌ ଅନ୍‌ଲାଇନ୍‌‌ ଚେସ୍: ଶୁଭମ୍ ବିଜେତା

ଭୁବନେଶ୍ବର: ସହିଦନଗରସ୍ଥିତ ଏସ୍‌ଆର୍‌ ଚେସ୍ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ସପ୍ତାହାନ୍ତ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତାର ପଞ୍ଚମ ସଂସ୍କରଣ ରବିବାର ସମ୍ପନ୍ନ ହୋଇଛି। ୬ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଶୁଭମ ଜ୍ୟୋତି ସାହୁ (୫) ବିଜେତା ହୋଇଛନ୍ତି। ଶିବାଂଶ ମିଶ୍ର (୫), ପ୍ରତୀକ ଚୌରାସିଆ (୫), ତନ୍ମୟ ତ୍ରିପାଠୀ (୫), ଜୀବନ‌ ଜ୍ୟୋତି (୪) ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ। ୧୧ ବର୍ଷରୁ କମ୍ ବର୍ଗରେ ସାଇ ଅମ୍ରିତ ପରିଜା (୪), ଆଦିତ୍ୟ ନାରାୟଣ ମହାନ୍ତି (୩), ଶ୍ରୀନିବାସ ରଥ (୩), ୯ ବର୍ଷରୁ କମ୍‌ ବର୍ଗରେ ପ୍ରତ୍ୟାଶା ଜେନା (୩.୫), ଶ୍ରେୟାଂଶୀ ନାୟକ (୩), ଶୁଭମ ପ୍ରତୀକ ମିଶ୍ର (୩), ବାଳିକାରେ ଅନନ୍ତୋୟ ଚାଟାର୍ଜୀ (୪), ସାଇ ସମ୍ପ୍ରଦା ମହାନ୍ତି (୩) ଶ୍ରେଷ୍ଠ ବିବେଚିତ ରହିଥିଲେ। ଏସ୍ ଆର୍‌ ଚେସ୍ କେନ୍ଦ୍ରର ନିର୍ଦେଶକ ତଥା ଅନ୍ତର୍ଜାତୀୟ ଫିଡେ ଇନ୍‌ଷ୍ଟ୍ରକ୍ଟର୍‌ ସତ୍ୟରଂଜନ ପଟ୍ଟନାୟକ, ଡକ୍ଟର ମାନସ ରଂଜନ ମିଶ୍ର ଏବଂ ସତ୍ୟଜିତ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର