ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ଭୁବ‌ନେଶ୍ବର ବୁଲିଲା ପ୍ରୋ-ଲିଗ୍‌ ଟ୍ରଫି

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୦ରେ ଭାଗ ନେଇଥିବା ସମସ୍ତ ଦେଶରେ ଏହି ପ୍ରତିଯୋଗିତାର ଟ୍ରଫି ବୁଲିବ। ଏହି ଆଧାରରେ ଭୁବନେଶ୍ବର ସହରରେ ‌ବୁଧବାର ରାତିରେ ପହଞ୍ଚିଥିଲା ପ୍ରୋ-ଲିଗ୍‌ ଟ୍ରଫି। ଗୁରୁବାର ମନ୍ଦିରମାଳିନୀ ସହର ଭୁବନେଶ୍ବରର ବିଭିନ୍ନ ରାସ୍ତା ଦେଇ ଏହି ଟ୍ରଫି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। ଏହାପରେ ସଚିବାଳୟ ଓ ଶୁକ୍ରବାର ସକା‌ଳେ କିସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶୋଭା ପାଇଥିଲା ଏହି ଟ୍ରଫି। ଶୁକ୍ରବାର ଭାରତୀୟ ଖେଳାଳିମାନେ ଟ୍ରଫି ସହ ମୋ ବସ୍‌ରେ କଳିଙ୍ଗ ଷ୍ଟାଡିୟମ ମଧ୍ୟ ଆସିଥିଲେ। ଷ୍ଟାଡିୟମରେ ପହଞ୍ଚିବା ପରେ ଖେଳାଳିମାନେ ମୋ ସାଇକେଲ୍‌ ଚଲାଇବାର ମଜା ନେଇଥିଲେ। ଉଭୟ ଦଳର ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀ ସମୟରେ ପ୍ରୋ-ଲିଗ୍‌ ଟ୍ରଫି ପ୍ରଦର୍ଶିତ ‌ହୋଇଥିଲା।

ଟ୍ରଫି ବିଷୟରେ
ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଟ୍ରଫି ୨୦୧୯ରେ ନିର୍ମାଣ ହୋଇଥିଲା ବେଳେ ଏହାର ଓଜନ ୭ କେଜି, ଉଚ୍ଚତା ୪୮.୫ ସିଏମ୍‌, ବେସ୍‌ ୧୦ ସିଏମ୍‌ ଓ ୱାଇଡେଷ୍ଟ୍‌ ପଏଣ୍ଟ୍‌ ୧୮ ସିଏମ୍‌ ରହିଛି। ସ୍ବର୍ଣ୍ଣ ଆବରଣ ବ୍ରାସ୍‌ରେ ନିର୍ମିତ ଟ୍ରଫିର ଓପର ‌ମୁଣ୍ଡରେ ଲୋଗୋ ରହିଛି। ସ୍ବିଜରଲାଣ୍ଡର ଇକାଲ/ଓଲିଭିଆ ଡାଲ୍‌’ଓମୋ ଏହାକୁ ଡିଜାଇନ୍‌ କରିଥିଲା ବେଳେ ତୁର୍କି ଇସ୍ତାନବୁଲ୍‌ସ୍ଥିତ ଏସିଆନ୍‌ ରୁସୋ ଲର୍ଡ ଷ୍ଟି ଏହାର ନିର୍ମାତା।

ସମ୍ବନ୍ଧିତ ଖବର