ଭୁବନେଶ୍ୱର : ଏଫଆଇଏଚ୍ ହକି ସିରିଜ ଫାଇନାଲରେ ଗୃପ ‘ଏ’ ରୁ ସିଧାସଳଖ ସେମିଫାଇନାଲରେ ସ୍ଥାନ ପାଇଛି ଭାରତ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମ୍ୟାଚରେ ଭାରତ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଉଠିଛି। ପ୍ରଥମ ଦୁଇଟି କ୍ୱାର୍ଟରରେ ଭାରତ ୭ଟି ଗୋଲ୍ ଦେଇଥିବା ବେଳେ ଅନ୍ୟ ତିନିଟି ଗୋଲ ଶେଷ କ୍ୱାଟରରେ ଦେବାକୁ ସକ୍ଷମ ହୋଇଥିଲା।
https://twitter.com/FIH_Hockey/status/1138115399751536641
ତେବେ ଅନ୍ୟ ଦୁଇଟି ମ୍ୟାଚରେ ସାଉଥଆଫ୍ରିକା ମେକ୍ସିକୋକୁ ୬-୦ ଗୋଲରେ ପରାସ୍ତ କରିଥିବା ବେଳେ ଜାପାନ ଏବଂ ୟୂୁଏସଏ ମଧ୍ୟରେ ହୋଇଥିବା ମ୍ୟାଚ୍ ୨-୨ ରେ ଡ୍ର ରହିଛି। ଆସନ୍ତା ୧୨ ତାରଖ ଦିନ କ୍ରସ ଓଭର ମ୍ୟାଚରେ ବିଭିନ୍ନ ଦଳ ସାମିଲ ହେବେ।