ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌: ଚୀନ୍‌ ସହ ବି ପଏଣ୍ଟ୍‌ ବାଣ୍ଟିଲା ଭାରତ

ଆମଷ୍ଟଲଭିନ: ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ରେ ଭାରତ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଥିବା ଭାରତ ମଙ୍ଗଳବାର ଚୀନ୍‌ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌କୁ ମଧ୍ୟ ସମାନ ବ୍ୟବଧାନ (୧-୧)ରେ ଅମୀମାଂସିତ ରଖିଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା ବେଳେ ଦ୍ବିତୀୟ କ୍ବାର୍ଟରରେ ଜିଆଲି ଝେଙ୍ଗ୍‌ (୨୫ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ ଜରିଆରେ ଚୀନ୍‌କୁ ପ୍ରାରମ୍ଭିକ ଅଗ୍ରଣୀ ମିଳିଥିଲା। ତେବେ ତୃତୀୟ କ୍ବାର୍ଟରରେ ଭାରତ ପକ୍ଷରୁ ବନ୍ଦନା କାଟାରିୟା (୪୪ ମିନିଟ୍‌) ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସ୍ଥିତି ବରାବର କରି ଦେଇଥିଲେ। ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେ‌ଷ ହେବାରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର