ଆମଷ୍ଟଲଭିନ (ନେଦରଲାଣ୍ଡ୍ସ): ଏଠାରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ରେ ଭାରତ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିଛି। ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍-ବି’ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ମ୍ୟାଚ୍ର ଅଷ୍ଟମ ମିନିଟ୍ରେ ଇଂଲଣ୍ଡ ପିଟର ଇସାବଲ୍ଙ୍କ ଫିଲ୍ଡ ଗୋଲ୍ ଜରିଆରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ଭାରତ ଏହି ଗୋଲ୍ ଶୁଝି ସ୍ଥିତି ବରାବର କରିଥିଲା। ୨୭ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ବନ୍ଦନା କାଟାରିୟା ଗୋଲ୍ରେ ପରିଣତ କରିବାରୁ ପ୍ରଥମାର୍ଦ୍ଧ ସ୍ଥିତି ୧-୧ ଗୋଲ୍ରେ ଶେଷ ହୋଇଥିଲା। ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଲ୍ କରିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଥିଲେ। ଏଥି ସହ ଗତବର୍ଷର ଟୋକିଓ ଅଲିମ୍ପିକ୍ସ କାଂସ୍ୟ ମୁକାବିଲାରେ ଇଂଲଣ୍ଡଠୁ ହାରିଥିବା ଭାରତ ପ୍ରତିଶୋଧ ନେଇପାରି ନଥିଲା। ଭାରତ ୫ ତାରିଖ ପରବର୍ତ୍ତୀ ମ୍ୟାଚ୍ରେ ଚୀନ୍କୁ ଭେଟିବ।
ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍: ଭାରତ-୧, ଇଂଲଣ୍ଡ-୧
/sambad/media/post_attachments/wp-content/uploads/2022/07/fs4h654fh6fh465fhfhsfhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)