ଅମିର୍ ଖାନ ଭାବବିହ୍ବଳ

ଫିଜିଓଙ୍କ ଭାବପୂର୍ଣ୍ଣ ବିଦାୟ
ଭାରତୀୟ ଦଳ ସେମିଫାଇନାଲ୍ ବିଦାୟ ସହିତ ଦଳର ଫିଜିଓ ପ୍ୟାଟ୍ରିକ୍‌ ଫରହତଙ୍କ କାର୍ଯ୍ୟକାଳ ମଧ୍ୟ ଶେ‌ଷ ହୋଇଛି। ବିସିସିଆଇ ଏବଂ ଭାରତୀୟ ଖେଳାଳିମାନେ ଫରହତଙ୍କୁ ଭାବିବିହ୍ବଳ ବିଦାୟ ଦେଇଛନ୍ତି। ‘ମୁଁ ମୋ କାର୍ଯ୍ୟକାଳର ଶେଷ ଦିନକୁ ଯେଭଳି ଚାହୁଁଥିଲି ତାହା ପାଇ ପାରିଲି ନାହିଁ। କିନ୍ତୁ ବିଗତ ୪ ବର୍ଷ ଧରି ବିସିସିଆଇ ମୋତେ ଏହି ସୁଯୋଗ ଦେଇଥିବାରୁ ଧନ୍ୟବାଦ। ସମସ୍ତ ଖେଳାଳି ଓ ସହାୟକଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା’ ବୋଲି ଫରହତ ଲେଖିଛନ୍ତି। ୩ ଦଶନ୍ଧି ଧରି ପେସାଦାର ଅଭିଜ୍ଞତା ରଖିଥିବା ଫରହତ୍‌ ୨୦୧୫ରେ ଭାରତୀୟ ଦଳ ସହ ଯୋଗ ଦେଇଥିଲେ।

ଅମିର୍ ଖାନ ଭାବବିହ୍ବଳ

ଭାରତୀୟ ଦଳ ସେମିଫାଇନାଲରୁ ବିଦାୟ ନେବା ପରେ ସମଗ୍ର ଦେଶବାସୀ ସ୍ତବ୍‌ଧ ଏବଂ କ୍ରିକେଟପ୍ରେମୀମାନେ ମ୍ରିୟମାଣ। ତଥାପି ଅନେକ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ବିଶ୍ବକପ୍‌ ସାରା ଭାରତ ଭଲ ପ୍ରଦର୍ଶନ କରିଥିବାରୁ ବିଲିଉଡ୍ ତାରକା ଅମିର୍ ଖାନ୍ ଏକ ଭାବବିହ୍ବଳ ଉକ୍ତି ମଧ୍ୟ ଟ୍ବିଟ୍ କରିଛନ୍ତି। ‘ଭାଗ୍ୟ ଖରାପ ବିରାଟ..କେବଳ ଏହା ତୁମ ଦିନ ନଥିଲା..ମୋ ମତରେ ଭାରତ ବିଶ୍ବକପ୍‌ ଜିତି ସାରିଛି, କାରଣ ଭାରତ ଗ୍ରୁପ୍ ବିଜେତା ହୋଇଥିଲା ଏବଂ‌ ସେମିଫାଇନାଲ୍ ଆସିଥିଲା। ପୂର୍ବଦିନ ବର୍ଷା ହୋଇନଥିଲେ ସମ୍ଭବତଃ ଫଳାଫଳ ଭିନ୍ନ ହୋଇଥାନ୍ତା’ ବୋଲି ଆମିର୍ ଲେଖିଛନ୍ତି। ଅର୍ଜୁନ ରାମପାଲ ଏବ ବିପାଶା ବସୁ ମଧ୍ୟ ଧୋନି-ଜାଦେଜାଙ୍କ ପ୍ରଶଂସା କରି ‘କେବଳ ଗୋଟିଏ ଖରାପ ଦିନ’ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର