ଲର୍ଡସ୍: ରବିବାର ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଚଳିତ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିପାଇଁ ଲର୍ଡସ୍ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ମାତ୍ର ମ୍ୟାଚ୍ ବେଳେ ଜଣେ ଅନୁପ୍ରବେଶକାରୀ ମହିଳା ପିଚ୍ ଉପରକୁ ଚାଲିଆସିବା ସୁରକ୍ଷା ବ୍ୟବସ୍ଥାରେ ଢିଲାକୁ ପଦାରେ ପକାଇ ଦେଇଥିଲା। ସଂପୃକ୍ତ ମହିଳା ଅନୁପ୍ରବେଶକାରୀ ଜଣକ ନ୍ୟୁଜିଲାଣ୍ଡ୍ ପାଳିର ଦ୍ବାଦଶ ଓଭର ବେଳକୁ ପିଚ୍ରେ ପ୍ରବେଶ କରିବାକୁ ପ୍ରାୟାସ କରିଥିଲେ। ପଡ଼ିଆ ମଧ୍ୟରେ ଷ୍ଟିୱାର୍ଡସ୍ (ସୁରକ୍ଷାକର୍ମୀ)ଙ୍କ ସହ ତାଙ୍କର ଠେଲାପେଲା ହୋଇଥିଲା। ଯାହା ଫଳରେ ମ୍ୟାଚ୍ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ଷ୍ଟାଣ୍ଡ୍କୁ ନେଇଯାଇଥିଲେ। ସଂପୃକ୍ତ ମହିଳା ଜଣକ ଭିଟାଲି ଜୋରୋଭେସ୍କିଙ୍କ ମାତା ଏଲିନା ଜୋରୋଭେସ୍କି ବୋଲି ଚିହ୍ନଟ ହୋଇଛନ୍ତି। ଏହି ମହିଳା ମଧ୍ୟ ଲିଭରପୁଲ୍ ଓ ଟଟେନ୍ହାମ୍ ମଧ୍ୟରେ ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ ବେଳେ ପିଚ୍ ଉପରକୁ ଅନୁପ୍ରବେଶ କରିଥିଲେ। ଏପରିକି ସେ ମଧ୍ୟ ଜର୍ମାନି ଓ ଆର୍ଜେଣ୍ଟିନା ୨୦୧୪ ବିଶ୍ବକପ୍ ଫାଇନାଲ୍ରେ ଅନୁପ୍ରବେଶ କରିଥିଲେ।
ପିଚ୍ରେ ଅନୁପ୍ରବେଶକାରୀ, ଫାଇନାଲ୍ ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2019/07/Untitled-8-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)