ଅଦ୍ୱୈତ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ରାଇଜିଂ ଷ୍ଟାର

ଯାଜପୁରଟାଉନ: ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ରଘୁନାଥପୁର ପଡ଼ିଆରେ ଚାଲିତିବା ଅଦ୍ୱୈତ ସ୍ମାରକୀ ଗୋପୀନାଥ ଚାଲେଞ୍ଜ ଟ୍ରଫିର କଟକ ବିଶ୍ୱଭାରତୀ କ୍ରିକେଟ୍‌ କ୍ଲବକୁ ପରାସ୍ତ କରି କଟକ ରାଇଜିଂ ଷ୍ଟାର ଫାଇନାଲରେ ପ୍ରବେଶ କରିଛି। ରାଇଜିଂ ଷ୍ଟାର ୯ ଓ୍ଵିକେଟ୍‌ ହରାଇ ୧୫୭ ରନ୍‌ କରିଥିଲା। ପ୍ରତୀକ ତ୍ରିପାଠୀ ୪୫, ଅବିନାଶ ବେହେରା ୨୨ ଓ ସୌଭାଗ୍ୟ ମିଶ୍ର ୪୦ ରନ୍‌ କରିଥିଲେ। ବିପକ୍ଷ ଦଳର ବୋଲର ଅଙ୍କିତ ଯାଦବ ପ୍ରଶାନ୍ତ ସାହୁ ସର୍ବାଧିକ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ବିଶ୍ୱଭାରତୀ ଦଳ ୨୪.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୧ ରନ୍‌ କରିଥିଲା। ଦଳର ବ୍ୟାଟ୍‌ସମ୍ୟାନ ପ୍ରଶାନ୍ତ ସାହୁ ୫୧ କରିଥିଲେ। ବିପକ୍ଷ ଦଳର ବୋଲର ଜାମେଲା ମହାପାତ୍ର ୩ ଓ୍ଵିକେଟ୍‌ , ମୋଲସନ କର ୨ ଓ୍ଵିକେଟ୍‌ ଓ ତାରାକାନ୍ତ ସାମଲ, ସିଦ୍ଧାର୍ଥ ସାହୁ ୧ ଲେଖାଏଁ ଓ୍ଵିକେଟ୍‌ ହାସଲ କରିଥିଲେ। ବିଶ୍ୱଭାରତୀ ଦଳର ପ୍ରଶାନ୍ତ ସାହୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲରେ ଦୁଇ ଭୁବନେଶ୍ୱର ଦଳ ପ୍ରଗତି ସ୍ପୋର୍ଟିଂ ଓ ରାମେଶ୍ୱର ମୁହାଁ ମୁହିଁ ହେବେ।

ସମ୍ବନ୍ଧିତ ଖବର