ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ୧୧ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ ପେସ ବୋଲର ନବଦୀପ ସାଇନୀଙ୍କୁ ସ୍ଥାନ ମିଳିଛି । ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବେ।
ଅନ୍ୟପକ୍ଷରେ ୧୧ଜଣିଆ ଚୂଡ଼ାନ୍ତ ଦଳରୁ ଆହତ ଥିବା କେ ଏଲ ରାହୁଲ ବାଦ ପଡିଛନ୍ତି । ସେହିପରି ପୂର୍ବରୁ ଆହତ ହୋଇଥିବା ପେସ ବୋଲର ଉମେଶ ଯାଦବ ମଧ୍ୟ ଦଳରୁ ବାଦ ପଡି ଦଳର ଚିନ୍ତା ବଢାଇ ଦେଇଛନ୍ତି । ତେବେ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।
NEWS - #TeamIndia announce Playing XI for the 3rd Test against Australia at the SCG.
Navdeep Saini is all set to make his debut.#AUSvINDpic.twitter.com/lCZNGda8UD
— BCCI (@BCCI) January 6, 2021
ଏହି ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ବରାବର ରହିଛି । ତେଣୁ ଏହି ମ୍ୟାଚକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବ । ଉଭୟ ଦଳ ପୂରା ପ୍ରସ୍ତୁତି ସହ କାଲି ମୈଦାନକୁ ଓହ୍ଲାଇବେ।
ଭାରତୀୟ ଦଳ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ. ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ନବଦୀପ ସାଇନି ।