ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ୩୭୪ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରୋନ୍ ଫିଞ୍ଚ୍ ଚିତାକର୍ଷକ ଶତକ ଜମାଇଥିଲେ। ସେ ୧୧୪ ରନ୍ କରିଥିଲେ। ଏହି ଶତକୀୟ ପାଳି ଅବସରରେ ଫିଞ୍ଚ୍ ମଧ୍ୟ ଦିନିକିଆ ଆନ୍ତର୍ଜାତିକରେ ୫୦୦୦ ରନ୍ ପୂରଣ କରିଥିଲେ। ଆଉ ଦିନିକିଆରେ ୫୦୦୦ ରନ୍ କରିବାରେ ସେ ଅଷ୍ଟ୍ରେଲିଆର ଦ୍ବିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଫିଞ୍ଚ୍ ଏହି କ୍ଲବ୍ରେ ସାମିଲ ହେବା ପାଇଁ ୧୨୬ ପାଳି ଖେଳିଛନ୍ତି। ଏଥି ସହିତ ଫିଞ୍ଚ୍ ମଧ୍ୟ ପୂର୍ବତନ ଖେଳାଳି ଡିନ୍ ଜୋନ୍ସ (୧୨୮ ପାଳି)ଙ୍କୁ ଅତିକ୍ରମ କରିଯାଇଛନ୍ତି। ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତତମ ୫୦୦୦ ରନ୍ କରିବାର କୀର୍ତ୍ତିମାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ନାମରେ ରହିଛି। ୱାର୍ନର ୧୧୫ ପାଳିରେ ୫୦୦୦ ରନ୍ ପୂରଣ କରିନେଇଥିଲେ। ଅନ୍ୟପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ କମ୍ ପାଳିରେ ୫୦୦୦ ରନ୍ କରିବାର କୀର୍ତ୍ତିମାନ ଏବେ ବି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ହାସିମ୍ ଆମଲାଙ୍କ ନାମରେ ଅତୁଟ ରହିଛି। ଆମଲା ୧୦୧ ପାଳିରେ ୫୦୦୦ ରନ୍ କରି ବିଶ୍ବର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ରହିଛନ୍ତି।
୫୦୦୦ ରନ୍ରେ ଫିଞ୍ଚ୍ ଅଷ୍ଟ୍ରେଲିଆର ଦ୍ବିତୀୟ ଦ୍ରୁତତମ
/sambad/media/post_attachments/wp-content/uploads/2020/11/finch.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)