ତଣ୍ଡ ଗଣିବେ କ୍ୟାପ୍‌ଟେନ୍‌ କୋହଲି, ମାତ୍ରାଧିକ ଅପିଲ୍‌ ପାଇଁ ୨୫% ମ୍ୟାଚ୍‌ ଫି’ କାଟ୍‌

ନୂଆଦିଲ୍ଲୀ: ରନ୍‌ ମେସିନ୍‌ କୁହାଯାଉଥିବା ତଥା ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା। ଗତକାଲି ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପର ୨୮ତମ ମ୍ୟାଚ୍‌ ପାଇଁ କୋହଲି ତଣ୍ଡ ଗଣିବେ। ଆଫଗାନିସ୍ତାନ ବ୍ୟାଟିଂ କରୁଥିବା ବେଳେ କୋହଲି ମାତ୍ରାଧିକ ଅପିଲ୍‌ କରି ଆଇସିସିର ନିୟମ ଉଲଂଘନ କରିଥିଲେ। ତେଣୁ ଆଇସିସି ତାଙ୍କ ଉପରେ ୨୫% ମ୍ୟାଚ୍‌ ଫି’ କାଟ୍‌ କରିବାକୁ ନିଷ୍ପତି ନେଇଛି।

ସୂଚନା ମୁତାବକ, ଗତାକାଲି ସାଉଥ ହାମ୍ପଟନରେ ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଇଥିବା ମ୍ୟାଚର ଦ୍ୱିତୀୟ ଇନିଂସରେ ଯେତେବେଳେ ଆଫଗାନିସ୍ତାନ ରନ ପିଛା କରୁଥିଲା, ସେତେ ବେଳେ ୨୯ତମ ଓଭରରେ କ୍ୟାପଟେନ୍‌ କୋହଲି ଏଲବିଡବ୍ଲୁ ପାଇଁ ଅମ୍ପାୟାର ଅଲିମ ଦାରଙ୍କ ନିକଟରେ ମାତ୍ରାଧିକ ଅପିଲ୍‌ କରିଥିଲେ ଏବଂ ପଡ଼ିଆ ମଝିରେ ଅମ୍ପାୟାର ଅଲିମ୍‌ ଦାରଙ୍କୁ ଆଗ୍ରେସିଭ୍‌ ଢଙ୍ଗରେ ଅପିଲ୍‌ କରିଥିବା କାରଣରୁ ଏହା ଆଇସିସିର ନିୟମକୁ ଉଲଂଘନ କରିଛି। ତେଣୁ ତାଙ୍କର ଉପରେ ୨୫% ମ୍ୟାଚ୍‌ ଫି କାଟ୍‌ କରିଛି ଆଇସିସି।

ସମ୍ବନ୍ଧିତ ଖବର