ସିଡନି: ରବିବାର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ପରାଜିତ ହେବା ସହ ଶୃଙ୍ଖଳା ହାତଛଡ଼ା କରିଥିବା ଅଷ୍ଟ୍ରେଲିଆ ଦଳର ଖେଳାଳି ମାନେ ମଧ୍ୟ ଆର୍ଥିକ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମନ୍ଥର ଓଭର ହାର ବୋଲିଂ କରିଥିବାରୁ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ମ୍ୟାଚ୍ ପାଉଣା ୪୦ ପ୍ରତିଶତ କଟାଯାଇଛି। ଦଳର ଅନ୍ୟ ୧୦ ଜଣ ଖେଳାଳିଙ୍କ ପାଉଣାର ୨୦ ପ୍ରତିଶତ କଟାଯିବାକୁ ମ୍ୟାଚ୍ ରେଫରି ରଂଜନ ମଦୁଗଲେ ଘୋଷଣା କରିଛନ୍ତି। ଆଇସିସି ଆଚରଣ ସଂହିତା ଅନୁସାରେ ନିର୍ଧାରିତ ସମୟ ଭିତରେ ପ୍ରତି ଓଭର ପାଇଁ ୧୦ ପ୍ରତିଶତ ପାଉଣା ଖେଳାଳିଙ୍କର କଟିବ ଏବଂ ଅଧିନାୟକ ଏହାର ଦୁଇ ଗୁଣା ହରାଇବେ। ଷ୍ଟିଭେନ ସ୍ମିଥ୍ ଏହି ଦଣ୍ଡ ଘୋଷଣାକୁ ସ୍ୱୀକାର କରିନେବାରୁ କୌଣସି ଆନୁଷ୍ଠାନିକ ଶୁଣାଣି ହୋଇନଥିଲା। ଆସନ୍ତା ୧୨ ମାସ ଭିତରେ ସ୍ମିଥ୍ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଯଦି ଓଭର ହାର ଜରିମାନାର ସମ୍ମୁଖୀନ ହୁଏ ତେବେ ଅଧିନାୟକଙ୍କୁ ନିଲମ୍ବିତ କରାଯିବାର ବ୍ୟବସ୍ଥା ରହିଛି।
ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଜରିମାନା
/sambad/media/post_attachments/wp-content/uploads/2018/01/australia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)