ଏହି ଭୁଲ ଧୋନୀଙ୍କୁ ପଡ଼ିଲା ଭାରୀ, ରୁଜୁ ହେଲା ଏତଲା

ନୂଆଦିଲ୍ଲୀ: ବଢ଼ିଲା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଡ଼ୁଆ। ଧୋନିଙ୍କ ବିରୋଧରେ ବିହାରରେ ରୁଜୁ ହେଲା ଏତଲା। ଧୋନିଙ୍କ ବ୍ୟତୀତ ବିହାରର ବେଗୁସରାଇ ପୁଲିସ ଷ୍ଟେସନରେ ଅନ୍ୟ ୭ ଜଣଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି।  କୋର୍ଟରେ ଏହି ମାମଲାର ଶୁଣାଣି ପରେ ଏହାକୁ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଜୟ କୁମାର ମିଶ୍ରାଙ୍କ ବେଞ୍ଚକୁ ପଠାଇ ଦିଆଯାଇଛି । ଏହି ମାମଲାରେ ନ୍ୟୁ ଗ୍ଲୋବାଲ ପ୍ରଡ୍ୟୁସ କମ୍ପାନୀ ବି ସାମିଲ ରହିଛି, ଯାହା ପ୍ରଚାର କରନ୍ତି ଧୋନି।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ବେଗୁସରାଇ ସିଜିଏମ କୋର୍ଟରେ ସୋମବାର ଦିନ ଏସ.କେ ଏଣ୍ଟରପ୍ରାଇଜେସ କମ୍ପାନି ଅଭିଯୋଗ କରିଥିଲା । ଏହି ମାମଲା ୩୦ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ସହିତ ଜଡିତ । ଏହି ଚେକ ନ୍ୟୁ ଗ୍ଲୋବାଲ ପ୍ରଡ୍ୟୁସ ଇଣ୍ଡିଆ ଲିମିଟେଡ ଏସ.କେ ଏଣ୍ଟରପ୍ରାଇଜେସ କମ୍ପାନିକୁ ଦେଇଥିଲା । ଏହି କମ୍ପାନିର ପ୍ରଚାର କରୁଥ‌ିଲେ ମହେନ୍ଦ୍ର ସିଂ ଧୋନି।

ତେବେ ଚେକ୍ ବାଉନ୍ସ ହେବା ପରେ ଏସ.କେ ଏଣ୍ଟରପ୍ରାଇଜେସ କମ୍ପାନି ନ୍ୟୁ ଗ୍ଲୋବାଲ ପ୍ରଡ୍ୟୁସ ଇଣ୍ଡିଆ ଲିମିଟେଡକୁ ଆଇନଗତ ନୋଟିସ ପଠାଇଥିଲା । ହେଲେ କମ୍ପାନି ତରଫରୁ ନୋଟିସର କୌଣସି ଜବାବ ଦିଆଯାଇ ନଥିଲା । ଏହାପରେ ଏସ.କେ ଏଣ୍ଟରପ୍ରାଇଜେସ କମ୍ପାନିର ମାଲିକ ନୀରଜ କୁମାର ନିରାଲା, ନ୍ୟୁ ଗ୍ଲୋବାଲ ପ୍ରଡ୍ୟୁସ ଲିମିଟେଡ ସହ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଓ ଅନ୍ୟ ୭ ଜଣଙ୍କ ନାମରେ କୋର୍ଟରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର