ନୂଆଦିଲ୍ଲୀ: ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ଘଟଣାର ୨୪ ଘଣ୍ଟା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁନ୍ ୩ ତାରିଖରେ ଆରସିବି ପ୍ରଥମଥର ପାଇଁ ଆଇପିଏଲର ଟାଇଟଲ୍ ଜିତିଥିଲା। ଦଳ ଚାମ୍ପିଅନ ହେବାପରେ ଆରସିବିର ସମସ୍ତ ସଦସ୍ୟ ଓ ପ୍ରଶଂସକଙ୍କ ଆଖିରୁ ଖୁସିର ଲୁହ ଆପଣାଛାଏଁ ଝରି ପଡ଼ିଥିଲା।
ଆରସିବି ଚାମ୍ପିଅନ ହେବାପରେ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ବିଜୟ ପରେଡ୍ ପାଇଁ ଅନୁମତି ଦେଇ ନଥିଲା। ଶେଷରେ ଏହି ପରେଡକୁ ବାତିଲ କରାଯାଇଥିଲା। ଏମିତି କି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବକୁ ପୁଲିସ ସ୍ଥଗିତ ରଖିବାକୁ ଅନୁରୋଧ ବି କରିଥିଲା।
ପୁଲିସ ଚାହୁଁଥିଲା ଯେ ଆସନ୍ତା ରବିବାର ଦିନ ଆରସିବି ଏହି କାର୍ଯ୍ୟକ୍ରମର ଆୟୋଜନ କରୁ। କିନ୍ତୁ ଆରସିବି ଯୁକ୍ତି ଦେଇ କହିଥିଲା, ‘ଅଯଥାରେ ସମୟ ନଷ୍ଟ କାହିଁକି କରିବା। ବିଜୟ ପରେଡ ଯେତେଶୀଘ୍ର ଶେଷ ହେବ ବିଦେଶୀ ଖେଳାଳିମାନେ ସେମାନଙ୍କ ଦେଶକୁ ଫେରିଯିବେ। ତେଣୁ ଜୁନ୍ ୪ ତାରିଖ ହିଁ ବିଜୟ ପରେଡ କାର୍ଯ୍ୟକ୍ରମର ଆୟୋଜନ କରାଯିବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/05/WUU89nrJuWIIyEKpXn0A.jpg)