ଭୁବନେଶ୍ବର: ଓଡ଼ିଶା ରାଇଫଲ ସଂଘ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ୫୦ ମିଟର ଫାୟାର ଆର୍ମ ସୁର୍ଟିଂ ରେଞ୍ଜରେ ଆୟୋଜିତ ଫାୟାର ଆର୍ମ ପ୍ରଶିକ୍ଷଣ ପ୍ରମାଣପତ୍ର ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ନବମ ବ୍ୟାଚ୍‌ରେ ୨୪ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ହାସଲ କରିଛନ୍ତି। ଓଡ଼ିଶା ରାଇଫଲ ସଂଘର ଯୁଗ୍ମ ସମ୍ପାଦକ ବଳଭଦ୍ର ଦାସ ଓ ଆଇଏସ୍‌ଏସ୍‌ଏଫ୍‌ ପ୍ରଶିକ୍ଷକ ଆଶିଷ ନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ପରୀକ୍ଷାର୍ଥୀମାନଙ୍କୁ ରାଇଫଲ, ପିସ୍ତଲ ଓ ସଟଗନ୍‌ ସମ୍ପର୍କିତ ଜ୍ଞାନ, ବ୍ୟବହାର ବିଧି, ସୁରକ୍ଷା ନିୟମ, ବନ୍ଧୁକର ଯତ୍ନ ସହ ବନ୍ଧୁକ ଚାଳନାର ପ୍ରଶିକ୍ଷଣ ଦିଆଯାଇଥିଲା। ସଫଳ ଶିବିରାର୍ଥୀମାନଙ୍କୁ ଓଡ଼ିଶା ରାଇଫଲ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଗୌରୀ ମହାନ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ରାଜ୍ୟ ସଂଘର ସମ୍ପାଦକ ଅନଙ୍ଗ ଉଦୟ ସିଂହଦେଓ, ପୃଷ୍ଠପୋଷକ ତଥା ଜାତୀୟ ସଂଘର ବରିଷ୍ଠ ଉପସଭାପତି କ‌ଳିକେଶ ନାରାୟଣ ସିଂହଦେଓ ଓ ଉପସଭାପତି ରୋମିୟ କାନ୍ତ ନନ୍ଦ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ସଫଳ ଶିବିରାର୍ଥୀ: ସମ୍ବିତ କୁମାର ସାହୁ, ରତନ କୁମାର ମହାରଣା, ସରାଫତ ଅଲୀ, ଆକାଶ କୁମାର ପଟେଲ, ଲାଲମୋହନ ସିଂହ, ଗୁଣନିଧି ପଧାନ, ପ୍ରଶାନ୍ତ କୁମାର ଦିଶାରୀ, ମନୋଜ କୁମାର ଛତ୍ରିଆ, ମନୋଜିତ ମହାରଣା, ଭକ୍ତ ରାମ ପୁରୋହିତ, ଦୁ‌ର୍ଯ୍ୟୋଧନ ରାଉତ, ରତ୍ନାକର ନାଏକ, ପ୍ରଶାନ୍ତ କୁମାର ସେଠୀ, ରାହୁଲ କୁମାର ସରାଫ, ଦୀପକ କୁମାର ଭୂୟାଁ, କୁନାଲ କୁମାର, ଆକାଶ ପଣ୍ଡା, ଗୋପାଳ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ଆଶୁତୋଷ ରାଉତରାୟ, ସୌରଭ କୁମାର ଅଗ୍ରୱାଲ, ବିଚିତ୍ରାନନ୍ଦ ସାମନ୍ତରାୟ, ରବୀନ୍ଦ୍ର କୁମାର ସାହୁ।