ନୂଆଦିଲ୍ଲୀ: କ୍ରିକେଟ୍, ବ୍ୟାଡମିଣ୍ଟନ୍, ବାସ୍କେଟବଲ୍, କବାଡ଼ି ଓ ହକି ଭଳି ‘ଖୋ ଖୋ’ଖେଳର ପେସାଦାର ଲିଗ୍ ଭାରତରେ ଆୟୋଜିତ ହେବ। ଦେଶର ଏହି ପ୍ରଥମ ପେସାଦାର ଖୋ ଖୋ ଲିଗ୍ର ନାଁ ‘ଅଲ୍ଟିମେଟ୍ ଖୋ ଖୋ’ ରଖାଯାଇଛି। ମଙ୍ଗଳବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ଆନୁଷ୍ଠାନିକ ଭାବେ ଲିଗ୍କୁ ଉନ୍ମୋଚନ କରିଛନ୍ତି। ଭାରତୀୟ ଖୋ ଖୋ ମହାସଂଘ ସହ ମିଳିତ ଭାବେ କେତେକ ଘରୋଇ କଂପାନି ଏହି ଲିଗ୍ର ପରିଚାଳନା କରିବେ। ୮ ଦଳକୁ ନେଇ ଆୟୋଜିତ ହେବାକୁ ଥିବା ଏହି ଲିଗ୍ ୨ ସହରରେ ଖେଳାଯିବ। ୨୧ ଦିନ ଧରି ଏହା ଚାଲିବ। ୬୦ ମ୍ୟାଚ୍ ଖେଳାଯିବ। ଦୁଇଟି ବୟସ ବର୍ଗ (୧୮ ବର୍ଷରୁ କମ୍, ୧୮ ବର୍ଷରୁ ଅଧିକ) ଖେଳାଳିଙ୍କୁ ସାମିଲ କରାଯିବ। ଏଥିରେ ଭାରତ ସହ ଇଂଲଣ୍ଡ, ଦକ୍ଷିଣ କୋରିଆ, ଇରାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିବ। ଲିଗ୍ ପ୍ରାଞ୍ଚାଇଜି ଭିତ୍ତିକ ରହିବ। ସୂଚନାଯୋଗ୍ୟ ଯେ ଖୋଖୋ ଭାରତର ଅନ୍ୟତମ ଲୋକପ୍ରିୟ ଭାରତୀୟ ପାରମ୍ପରିକ ଖେଳ ହୋଇଥିଲା ବେଳେ ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଓଡ଼ିଶା ଭଳି ରାଜ୍ୟରେ ଏହାର ଢେର ପ୍ରଶଂସକ ଅଛନ୍ତି।
ପ୍ରଥମ ପେସାଦାର ଖୋଖୋ ଲିଗ୍ ଉନ୍ମୋଚିତ
/sambad/media/post_attachments/wp-content/uploads/2019/04/children-playing-indian-game-kho-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)