ପ୍ରଥମ ଦିନରେ ଦିଆହେଲା ୫ ସ୍ୱର୍ଣ୍ଣ

ଜାତୀୟ ଓପନ ଦୌଡ଼କୁଦର ପ୍ରଥମ ଦିନରେ ୫ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ପୁରୁଷ ପୋଲଭଲ୍ଟରେ ସର୍ଭିସେସର ଏସ୍‌ ଶିବା ସ୍ୱର୍ଣ୍ଣ, ରେଳବାଇର ଜେ ପ୍ରୀତ ରୌପ୍ୟ ଓ ଗୋଆର ଆନସ ବାବୁ କାଂସ୍ୟ ପଦକ ଜିତିଥିଲେ। ମହିଳା ଜାଭେଲିନ୍‌ରେ ରେଳବାଇ ତିନିଟି ଯାକ ପଦକ ପୋଛି ନେଇଥିଲା। ଶର୍ମିଲା କୁମାରୀ (୫୪.୮୫ ମିଟର) ସ୍ୱର୍ଣ୍ଣ ଜିତିଥିଲା ବେଳେ ଅନୁ ରାଣୀ (୫୨.୯୫) ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। କାଂସ୍ୟ ପଦକ କେ ରଶ୍ମୀଙ୍କ ଖାତାକୁ ଯାଇଥିଲା। ପୁରୁଷ ୧୦,୦୦୦ ମିଟରରେ ଗୁଜରାଟର ମୁରଲୀକୁମାର ଗାଭିତ, ରେଳବାଇର ରଂଜିତ ପଟେଲ ଏବଂ ସର୍ଭିସେସର ପ୍ରଦୀପ ସିଂହ ଯାଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ହାସଲ କରିଥିଲେ। ଓଡ଼ିଶାର ଅଶୋକ ଦଣ୍ଡସେନା ନବମ ସ୍ଥାନ ଅଧିକାର କରିଥିଲେ। ମହିଳା ଟ୍ରିପଲ ଜମ୍ପରେ ହରିଆଣାର ରିନୁ ରେଣୁ, ତାମିଲନାଡୁର ଏମଏ ଶିବନବରାଶି ଓ ରେଳବାଇର ଭୈରବୀ ଦାସ ପ୍ରଥମ ତିନି ସ୍ଥାନରେ ରହିଥିଲେ। ମହିଳା ୧୦,୦୦୦ ମିଟରରେ ରେଳବାଇର ଏଲ୍‌ ସୁର୍ଯର୍ା ସ୍ୱର୍ଣ୍ଣ, ରାଜସ୍ଥାନର ମିନୁ ଦ୍ୱିତୀୟ ଏବଂ ଭାରତୀୟ ଜୀବନ ବିମାର ମୋନିକା ମଥାରେ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର