ପଦାର୍ପଣ ଟେଷ୍ଟ୍‍ରେ ପାକିସ୍ତାନଠୁ ହାରିଲା ଆୟର୍ଲାଣ୍ଡ୍‌

ଡବ୍‌ଲିନ୍‌: ପାକିସ୍ତାନ ବିପକ୍ଷ ନିଜ ପଦାର୍ପଣ ଟେଷ୍ଟ୍‍କୁ ଆୟର୍ଲାଣ୍ଡ୍‌ ୫ ଓ୍ଵିକେଟ୍‌ରେ ହାରି ଯାଇଛି। ଅନ୍ୟପକ୍ଷରେ ଆୟର୍ଲାଣ୍ଡ୍‌, ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡ୍‌ ଗସ୍ତରେ ଥିବା ପାକିସ୍ତାନ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏକ ଟିକିଆ ଟେଷ୍ଟର ପ୍ରଥମ ପାଳିରେ ପାକିସ୍ତାନ ୩୧୦/୯ କରିଥିଲା। ଏହାର ଜବାବରେ ଆୟର୍ଲାଣ୍ଡ ମାତ୍ର ୧୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଫଲୋଅନ୍‌ ହୋଇଥିଲା। ତେବେ ଦ୍ୱିତୀୟ ପାଳିରେ ଆୟର୍ଲାଣ୍ଡ୍‌ ଭଲ ଖେଳି କେଭିନ୍‌ ଓ’ବ୍ରାଏନ୍‌ (୧୧୮ ରନ୍‌)ଙ୍କ ଶତକ ବଳରେ ୩୩୯ ରନ୍‌ କରି ପାକିସ୍ତାନ ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ପାକିସ୍ତାନ ଏହାକୁ ୫ ଓ୍ଵିକେଟ୍‌ ବିନିମୟରେ ହାସଲ କରି ନେଇଥିଲା। ଇମାମ ଉଲ୍‌ ହକ୍‌(୭୪*) ଅପରାଜିତ ରହି ପାକିସ୍ତାନକୁ ବିଜୟ ଭେଟି ଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି ୨୧୦/୯ (ଘୋଷିତ), ଆୟର୍ଲାଣ୍ଡ୍‌ ୧୩୦/୧୦, ଦ୍ୱିତୀୟ ପଳି ୩୩୯/୧୦ (କେଭିନ୍‌ ଓ’ବ୍ରାଏନ୍‌ ୧୧୮, ଏସ୍‌ଆର୍‌ ଥମ୍ପସନ୍‌ ୫୩, ମହମ୍ମଦ ଆବାସ ୫/୬୬, ମହମ୍ମଦ ଅମୀର ୩/୬୩)। ପାକିସ୍ତାନ ଦ୍ୱିତୀୟ ପାଳି ୧୬୦/୫ (ଇମାମ ଉଲ୍‌ ହକ୍‌ ୭୪*, ବାବର ଆଜମ ୫୯, ଟିଜେ ମୁର୍ତାଗ୍‌ ୨/୫୫)।

ସମ୍ବନ୍ଧିତ ଖବର