କୋଲକାତା : ଅଦ୍ଭୂତପୂର୍ବ ପ୍ରତ୍ୟାବର୍ତ୍ତନର ବଳିଷ୍ଠ ନମୁନା ଦେଖାଇ ଚିତ୍ତାକର୍ଷକ ଶେଷ ଲିଗ୍ ମ୍ୟାଚ୍ରେ ଟ୍ରାଉ ଦଳକୁ ୪-୧ ଗୋଲ୍ରେ ପରାସ୍ତ କରି ଗୋକୁଳମ୍ କେରଳ ଏଫ୍ସି ପ୍ରଥମ ଥର ପାଇଁ ଆଇ-ଲିଗ୍ ଫୁଟବଲ୍ ପ୍ରତିଯୋଗିତା ଜିତି ନେଇଛି। ଶନିବାର ରାତିର ଏହି ମ୍ୟାଚ୍ରେ ଗୋକୁଳମ ଏକଦା ଗୋଟିଏ ଗୋଲ୍ରେ ପଛୁଆ ରହିଥିଲା। ହେଲେ ଏହା ପରେ ଗୋଟିଏ ପରେ ଗୋଟିଏ କରି ଚାରିଟି ଗୋଲ୍ ଦେଇ ମ୍ୟାଚ୍ ସହ ଟ୍ରଫି ନିଜ ନାଁରେ କରିନେଇଥିଲା। ଟ୍ରାଉ ଦଳ ପକ୍ଷରୁ ବିଦ୍ୟାସାଗର ସିଂହ ୨୩ତମ ମିନିଟ୍ରେ ମ୍ୟାଚ୍ର ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ଗୋକୁଳମ୍ ପକ୍ଷରୁ ସରିଫ ମହମ୍ମଦ (୬୯ ମିନିଟ୍), ଏମିଲ ବେନି (୭୪ ମିନିଟ୍), ଡେନିସ୍ ଅନ୍ତ୍ବି (୭୭ ମିନିଟ୍) ଓ ମହମ୍ମଦ ରସିଦ (୯୦ +୬ ମିନିଟ୍) ଗୋଲ୍ ଦେଇ ନିଜ ଦଳକୁ ଟ୍ରଫି ଉପହାର ଦେଇଥିଲେ। ମଜାଦାର କଥା ହେଲା ଗୋକୁଳମର ସମସ୍ତ ଗୋଲ୍ ଦ୍ବିତୟାର୍ଦ୍ଧରେ ଆସିଥିଲା। ୮ ମିନିଟ୍ ଭିତରେ ଲଗାତାର ତିନିଟି ଗୋଲ୍ ଦେବା ପରେ ଆହତ ସମୟରେ ଆଉ ଏକ ଗୋଲ୍ ଦେଇ ଏହି ଦଳ ଏକତରଫା ବିଜୟ ହାସଲ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଗୋଆର ଚର୍ଚିଲ ବ୍ରଦର୍ସ ଦଳ ୩-୨ ଗୋଲ୍ରେ ପଞ୍ଜାବ ଏଫ୍ସିକୁ ହରାଇ ଦେଇଥିଲା। ସେଥିପାଇଁ ଉଭୟ ଗୋକୁଳମ ଓ ଚର୍ଚିଲ ବ୍ରଦର୍ସ ୨୯ ପଏଣ୍ଟ୍ରେ ରହିଥିଲେ। ତେବେ ମୁହାଁମୁହିଁ ମୁକାବିଲାରେ ଆଗୁଆ ରହି ଗୋକୁଳମ୍ ବିଜେତା ଆଖ୍ୟା ଅର୍ଜନ କରି ନେଇଥିଲା। ଆଇ-ଲିଗ୍ର ଚଳିତ ଋତୁରେ ଚର୍ଚିଲ ବ୍ରଦର୍ସ ଓ ଗୋକୁଳମ କେରଳ ଦୁଇ ଥର ପରସ୍ପରକୁ ଭେଟିଥିଲେ। ଗୋଟିଏ ମ୍ୟାଚ୍କୁ ଚର୍ଚିଲ ୩-୨ରେ ଜିତିଥିଲା ବେଳେ ଅନ୍ୟଟିକୁ ଗୋକୁଳମ୍ ୩-୦ରେ ଜିତିଥିଲା। ଫଳରେ ୫-୩ ଗୋଲ୍ ବ୍ୟବଧାନରେ ଆଗୁଆ ରହି ଗୋକୁଳମ୍ ଟ୍ରଫି କରାୟତ୍ତ କରିନେଇଥିଲା। ତା’ ସହ ଆସନ୍ତା ଋତୁର ଏଏଫ୍ସି କପ୍ ଲାଗି ଯୋଗ୍ୟତା ଅର୍ଜନ କରିନେଇଥିଲା। ବିଜେତା ଗୋକୁଳମ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ବି ପାଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଦଳ ଯଥାକ୍ରମେ ୬୦, ୪୦ ଓ ୨୦ ଲକ୍ଷ ଟଙ୍କା ପକେଟସ୍ଥ କରିଥିଲେ। ସର୍ବାଧିକ ଗୋଲ୍ ସ୍କୋରର ସହ ହିରୋ ଅଫ୍ ଦି ଲିଗ୍ ପୁରସ୍କାର ଜିତି ବିଦ୍ୟାସାଗର ୮.୫ ଲକ୍ଷ ଟଙ୍କା ଜିତିଥିଲେ। ପଞ୍ଜାବ ଏଫ୍ସିର କିରନ ଲିମ୍ବୁ ଶ୍ରେଷ୍ଠ ଗୋଲ୍ରକ୍ଷକ ଭାବେ ୨.୫ ଲକ୍ଏଷ ଏବଂ ଟ୍ରାଉର ନନ୍ଦକୁମାର ସିଂହ ଶ୍ରେଷ୍ଠ ପୁରସ୍କାର ଲାଭ କରିଥିଲେ।
ଗୋକୁଳମ କେରଳକୁ ପ୍ରଥମ ଆଇ-ଲିଗ୍ ଟ୍ରଫି
/sambad/media/post_attachments/wp-content/uploads/2021/03/Gokulam-Kerala-crowned-champions.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)