ସିଡନି: ଅଷ୍ଟ୍ରେଲିଆର ପ୍ରଥମ ଆଦିମ ଅଧିବାସୀ ମହିଳା କ୍ରିକେଟର୍‌ ଫେଥ୍ ଥମାସଙ୍କର ସୋମବାର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ୧୯୫୮ ଫେବ୍ରୁଆର‌ିରେ ମେଲବର୍ଣ୍ଣର ଜଙ୍କସନ୍‌ ଓଭାଲରେ ଇଂଲଣ୍ଡ ବିପକ୍ଷରେ ସେ ‌ଖେଳିବାରେ ପ୍ରଥମ ଆଦିମ ଅଧିବାସୀ ମହିଳା କ୍ରିକେଟର୍ ହୋଇଥିଲେ। ଏକମାତ୍ର ଟେଷ୍ଟ ଖେଳିଥିଲେ। ପିଲାଦିନେ ଘ‌ର ତିଆରି ବ୍ୟାଟ୍‌ରେ ଖେଳିଥିବା ଥାମାସ ଜଣେ ଦ୍ରୁତ ବୋଲର ଥିଲେ। ନର୍ସିଂ ପଢ଼ିବା ସହିତ ଆଡିଲେଡ୍‌ର ରୟାଲ୍‌ ଆଡିଲେଡ୍‌ ହସପିଟାଲ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ। ଟେଷ୍ଟ କ୍ରିକେଟ୍ ଖେଳିଥିଲେ ମଧ୍ୟ ନର୍ସିଂକୁ ସେ କ୍ୟାରିୟର୍‌ କରିଥିଲେ। ଉଭୟ ହକି ଓ କ୍ରିକେଟ୍ ଖେଳିଥିଲେ ଥମାସ। କ୍ରିକେଟ୍ ପ୍ରତି ସେବା ପାଇଁ ତାଙ୍କୁ ୨୦୧୯ରେ ଅର୍ଡର ଅଫ୍ ଅଷ୍ଟ୍ରେଲିଆ ସମ୍ମାନ ପ୍ରଦାନ କରାଯାଇଥିଲା। ଡବ୍‌ଲ୍ୟୁବିବିଏଲ୍‌ରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ପ୍ରତିବର୍ଷ ଫେଥ୍ ଥମାସ ଟ୍ରଫି ପ୍ରଦାନ କରି ଆସୁଛି।