ନ୍ୟୁଜିଲାଣ୍ଡର ଲୋରେଲ ହାବାର୍ଡ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ କିନ୍ନର ଖେଳାଳି ହେବାର କୀର୍ତ୍ତିମାନ କରିଛନ୍ତି। ଭାରୋତ୍ତୋଳନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଲୋରେଲ୍ କିନ୍ତୁ ଆହତ ହୋଇ ଦୁଃଖର ସହ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବିଦାୟ ନେଇଛନ୍ତି। ୪୦ ବର୍ଷ ପୂର୍ବେ ଲୋରେଲ ନିଜ ଲିଙ୍ଗ ପରିବର୍ତନ କରିଥିଲେ। ପୁରୁଷରୁ ମହିଳା ପାଲଟି ଯାଇଥିଲେ। ଏହା ପରେ ନିଜ ନାମ ଗ୍ୟାବିନରୁ ଲୋରେଲ୍କୁ ବଦଳାଇ ଦେଇଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୯୦ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲୋରେଲ ସ୍ନାଚ୍ରେ ୧୩୨ କିଲୋଗ୍ରାମ ଭାର ଉଠାଇବାକୁ ପ୍ରୟାସ କରୁଥିଲା ବେଳେ ତାଙ୍କ କାନ୍ଧ ହାଡ଼ ଖସି ଯାଇଥିଲା। ଫଳରେ ସେ ଆଉ ପ୍ରତିଦ୍ୱନ୍ଦ୍ୱିତା କରି ପାରି ନଥିଲେ। ହାବାର୍ଡଙ୍କୁ ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ମିଳିଥିବାରୁ କେତେକ ଦେଶର ପ୍ରଶିକ୍ଷକ ଏହାର ବିରୋଧ କରିଥିଲେ। ତାଙ୍କ ଦେହରେ ଏବେବି ପୁରୁଷଙ୍କ ବଳ ଥିବା ସେମାନେ ଯୁକ୍ତି କରିଥିଲେ। ହେଲେ ତାଙ୍କୁ ଦେଖିବାକୁ ଭାରୋତ୍ତୋଳନ ଷ୍ଟାଡିୟମରେ ପ୍ରବଳ ଭିଡ଼ ଜମିଥିଲା।
ପ୍ରଥମ କିନ୍ନର କ୍ରୀଡ଼ାବିତଙ୍କ ଦୁଃଖଦ ବିଦାୟ
/sambad/media/post_attachments/wp-content/uploads/2018/04/larol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)