ପ୍ରଥମ ଦିନିକିଆ : ଦକ୍ଷିଣ ଆଫ୍ରିକାର ଧୀମା ବ୍ୟାଟିଂ, ୧୦ ଓଭରରେ ୩୯/୧

ପାର୍ଲ : ଦକ୍ଷିଣ ଆଫ୍ରିକାର ପାର୍ଲଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ୧୦ ଓଭରରେ ୧ ଓ୍ବିକେଟ ହରାଇ ୩୯ ରନ କରିଛି ।

ଦକ୍ଷିଣ ଆଫ୍ରିକାର ଓପନର ଜାନେମନ ମଲାନ ମାତ୍ର ୬ ରନ କରି ବୁମରାଙ୍କ ବଲରେ ଆଉଟ ହେବା ପରେ ଏବେ କ୍ରିଜରେ କ୍ବିଣ୍ଟନ ଡିକକ୍ ଓ ଟେମ୍ବା ବାଭୁମା ଅଛନ୍ତି ।

ଏହି ଦିନିକିଆ ସିରିଜରେ ମୋଟ ୩ଟି ମ୍ୟାଚ ଖେଳାଯିବ । ଭାରତ ପକ୍ଷରୁ କେ.ଏଲ.ରାହୁଲ ଏହି ମ୍ୟାଚରେ ଦଳର ଅଧିନାୟକ ଭାର ସମ୍ଭାଳୁଛନ୍ତି ।

ଗତ ସପ୍ତାହରେ ସମାପ୍ତ ଟେଷ୍ଟ ସିରିଜରେ ଦକ୍ଷିଣ-ଆଫ୍ରିକା ୨-୧ରେ ବିଜୟୀ ହୋଇଥିଲା । ଏହି ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଥିଲେ ।

 

ସମ୍ବନ୍ଧିତ ଖବର