ନୂଆଦିଲ୍ଲୀ : ପ୍ରଥମ ଥର ଭାରତରେ ଦେଖିବାକୁ ମିଳିବ ୟୁଏସ୍ଏ ପେସାଗତ ମୁଷ୍ଟିଯୁଦ୍ଧ। ବିଶ୍ବ ମୁଷ୍ଟିଯୁଦ୍ଧ ପରିଷଦ (ଡବ୍ଲୁବିସି) ମେ ୧ ତାରିଖରେ ଜଳନ୍ଧରରେ ଇଣ୍ଡିଆ ଚାମ୍ପିଅନ୍ସିପ୍ ନାମରେ ଏହି ପ୍ରତିଯୋଗିତା ଆୟୋଜନ କରିବ। ଦୁଇ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଚାନ୍ଦିନୀ ମେହର ଓ ସୁମନ କୁମାରୀଙ୍କ ମଧ୍ୟରେ ଏହି ଲଢ଼େଇ ଅନୁଷ୍ଠିତ ହେବ। ଏଲ୍ଜେଡ୍ ପ୍ରମୋସନ ଇଣ୍ଡିଆ ଏହାର ପ୍ରାୟୋଜକ ରହିଥିଲା ବେଳେ ଲାଇଟ୍ୱେଟ୍ ୧୪୦ ଏଲ୍ବି ବେଲ୍ଟରେ ଏହି ଲଢ଼େଇ ହେବ। ଚାନ୍ଦିନୀ ଓ ସୁମନ ଭାରତର ଏକ ନମ୍ବର ଲାଇଟ୍ୱେଟ୍ ଓ ଫିଦରୱେଟ୍ ବର୍ଗର ମୁଷ୍ଟିଯୋଦ୍ଧା। ଏବେ ଉଭୟ ଏହି ମାଇଲଖୁଣ୍ଟ ବାଉଟ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ଭାରତରେ ପ୍ରଥମ ଥର ପେସାଗତ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ମେ ୧ରୁ
/sambad/media/post_attachments/wp-content/uploads/2021/04/boxing-aaa.jpg)