ପ୍ରଥମ ଟେଷ୍ଟ୍‌: ଜାସନଙ୍କୁ ୫ ୱିକେଟ୍‌; ଶ୍ରୀଲଙ୍କା ୧୬୯

ନର୍ଥ ସାଉଣ୍ଡ: ପୂର୍ବତନ ୱେଷ୍ଟ୍‌ଇଣ୍ଡିଜ୍‌ ଅଧିନାୟକ ଜାସନ ହୋଲ୍‌ଡରଙ୍କ ୫ ୱିକେଟ୍‌ ସଫଳତା ପାଇଁ ଆଣ୍ଟିଗୁଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୧୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ଘରୋଇ ଦଳ ‌କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ଜାସନ (୫/୨୭) ଓ କେମାର ରୋଚ୍‌ (୩/୪୭) ବୋଲିଂ ସଫଳତା ଯୋଗୁଁ ଶ୍ରୀଲଙ୍କା ୨୦୦ ରନ୍‌ ମଧ୍ୟରେ ଅଟକି ଯାଇଥିଲା। ଲାହିରୁ ତିରିମାନେ ୭୦ ଓ ପାଥୁମ ନିଶାଙ୍କ ୩୨ ରନ୍‌ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିଲେ। ଜବାବରେ ରିପୋର୍ଟ ଲେଖା ବେଳକୁ ଇଣ୍ଡିଜ୍‌ ୫ ‌ୱିକେଟ୍‌ ହରାଇ ୧୩୩ ରନ୍‌ କରିଛି। ଜନ୍‌ କ୍ୟାମ୍ପବେଲ ୪୨, କାଇଲ ମେୟର୍ସ ୪୫, ଏନ୍‌କ୍ରୁମ ବନର ୩୧ ଓ ଅଧିନାୟକ କ୍ରେଗ୍‌ ବ୍ରାଥୱେଟ୍‌ ମାତ୍ର ୩ ରନ୍‌ରେ ଆଉଟ୍‌ ହୋଇଛନ୍ତି। ସୁରଙ୍ଗ ଲକମଲ ୩ ଏବଂ ଲସିତ ଏମ୍ବଲଦେନିଆ ଓ ଦୁଷ୍ମନ୍ତ ଚାମିରା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୬୯.୪ ଓଭରରେ ୧୬୯ (ଲାହିରୁ ତିରିମାନେ ୭୦, ପାଥୁମ ନିଶଙ୍କ ୩୨, ଜାସନ ହୋଲଡର ୫/୨୭, କେମାର ରୋଚ ୩/୪୭)। ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରଥମ ପାଳି ୫୮ ଓଭରରେ ୧୩୩/୫ (କାଇଲ ମେୟର୍ସ ୪୫, ଜନ୍‌ କ୍ୟାମ୍ପବେଲ୍‌ ୪୨, ଏନ୍‌କ୍ରୁମ ବନର ୩୧, ସୁରଙ୍ଗ ଲକମଲ ୩/୩୨, ଲସିତ ଏମ୍ବଲଦେନିଆ ୧/୨୧, ଦୁଷ୍ମନ୍ତ ଚାମିରା ୧/୩୬ )।

ସମ୍ବନ୍ଧିତ ଖବର