ଓଡ଼ିଶା-ଛତିଶଗଡ଼ ସିକେ ନାଇଡୁ କ୍ରିକେଟ୍‌: ପ୍ରଥମ ଦିନ ଖେଳ ବାତିଲ

ବଲାଙ୍ଗୀର: ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ରବିବାର ହେବାକୁ ଥିବା ୨୩ ବର୍ଷରୁ କମ୍‌ ସିକେ ନାଇଡୁ କ୍ରିକେଟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ମ୍ୟାଚ ରେଫରି ଓ ଦୁଇ ଅମ୍ପାୟାର ପଡ଼ିଆ ପରିଦର୍ଶନ କରିବା ପରେ ପ୍ରଥମ ଦିନ ଖେଳ ବାତିଲ ଘୋଷଣା କରିଥିଲେ। ଶନିବାର ସକାଳେ ପାଗ ଖୋଲିବା ଯୋଗୁଁ ଦୁଇ ଦଳ ଅଭ୍ୟାସ କରିବାକୁ ପଡ଼ିଆକୁ ଆସିଥିଲେ। ହେଲେ ସଂଧ୍ୟାରୁ ପୁଣିଥରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିଲା। ଆଉଟ୍‌ ଫିଲଡ୍‌ ଓଦା ଥିବାରୁ ଆଜି ପ୍ରଥମେ ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ମ୍ୟାଚ୍‌କୁ ବାତିଲ କରିଥିଲେ। ପୁଣି ଝିପି ଝିପି ବର୍ଷା ଲାଗି ରହିବାରୁ ଦିନ ସାଢେ ୧୨ଟାରେ ପ୍ରଥମ ଦିନ ଖେଳ ବାତିଲ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର