ଫିଟ୍‌ନେସ୍‌ କପ୍‌ କ୍ରିକେଟ୍‌: ଅରେଞ୍ଜ୍‌ ବିଜେତା

କଟକ-ଜଗତପୁର: ନିମପୁର ପଡ଼ିଆରେ ଅନୁଷ୍ଠିତ ଫିଟ୍‌ନେସ୍‌ କପ୍‌ କ୍ରିକେଟ ପ୍ରତିଯୋଗିତାରେ ହ୍ଵାଇଟ୍‌ ଦଳକୁ ହରାଇ ଅରେଞ୍ଜ୍‌ ଦଳ ଚଳିତ ବର୍ଷର ବିଜେତା ହୋଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଅରେଞ୍ଜ୍‌ ୮ ରନ୍‌ରେ ବିଜୟୀ ହୋଇଥିଲା। ଅଧିନାୟକ ଗୋବର୍ଦ୍ଧନ ସେଠୀଙ୍କ ଅପରାଜିତ ୬୭ ରନ୍‌ ବଳରେ ଅରେଞ୍ଜ୍‌ ଦଳ ନିର୍ଧାରିତ ୧୨ ଓଭରରେ ୧୦୯ ରନ୍‌ କରିଥିଲା। ଜବାବରେ ହ୍ଵାଇଟ୍‌ ଦଳ ୧୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିକାଶ ଦାଶ ୨୫ ରନ୍‌ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କଟକ ଡିସିପି ଅଖିଳେଶ୍ୱର ସିଂହ ଓ ସିଏମ୍‌ସି ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଗୋବର୍ଦ୍ଧନ ସେଠୀ ଓ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳି ଭାବେ ବିଶ୍ୱଜିତ ବେହେରାଙ୍କୁ ଟ୍ରଫି ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୀପକ ପଟ୍ଟନାୟକ, ଶ୍ରେଷ୍ଠ ବୋଲର ଅନନ୍ତ ନାୟକ, ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଅଶୋକ ଦାସ ଏବଂ ବର୍ଷର ଶୃଙ୍ଖଳିତ ଖେଳାଳି ଭାବେ ଚିରଞ୍ଜିତ ମହାନ୍ତିଙ୍କୁ ଟ୍ରଫି ଦିଆଯାଇଥିଲା। ଏହି ଅବସରରେ ସାମାଜିକ କାର୍ଯ୍ୟରେ ନିୟୋଜିତ ସିଏମ୍‌ସିର ତିନିଜଣ ସଫେଇ କର୍ମଚାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ଉପରୋକ୍ତ ଦୁଇ ଦଳ ସହିତ ପର୍ପଲ ଦଳ ଅଂଶଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର