ଏସୀୟ ବାଳିକା ରଗ୍‌ବି ସେଭେନ୍ସ: ଭାରତ ପାଇଁ ରୌପ୍ୟ ଜିତିଲେ ୫ ଓଡ଼ିଆ

ଭୁବନେଶ୍ବର : ‌ନେପାଳର କାଠମାଣ୍ଡୁଠାରେ ଶନିବାର ଓ ରବିବାର ଅନୁଷ୍ଠିତ ଏସୀୟ ରଗ୍‌ବି ସେଭେନ୍ସ (୧୮ ବର୍ଷରୁ କମ୍‌ ବାଳିକା)ରେ ଓଡ଼ିଆ ଝିଅ ମାମା ନାଏକଙ୍କ ନେତୃତ୍ବରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି। ଏହି ଦଳରେ ଆଉ ୪ ଜଣ ଝିଅ ତରୁଲତା ନାଏକ, ନିର୍ମାଲ୍ୟ ରାଉତ, ପାର୍ବତୀ ହାଁସଦା ଓ ଆରତି ମୁର୍ମୁ ମଧ୍ୟ ସାମିଲ ଥିଲେ। ମାମା, ତରୁ, ନିର୍ମାଲ୍ୟ କିସ୍‌ ଛାତ୍ରୀ ହୋଇଥିବା ବେଳେ ଆରତି ଓ ପାର୍ବତୀ ମୟୂରଭଞ୍ଜ ଜିଲ୍ଲାର।

ମାମାଙ୍କ ଦଳ ପ୍ରଥମ ଦିବସରେ ମାଲେସିଆକୁ ୫୮-୦ରେ, ଥାଇଲାଣ୍ଡକୁ ୨୬-୧୨ରେ ପରାସ୍ତ କରିବା ପରେ ୟୁଏଇଠାରୁ ୧୪-୩୧ରେ ହାରିଯାଇଥିଲା। ସେମିଫାଇନାଲ୍‌ରେ ୪୧-୦ରେ ନେପାଳକୁ ପରାସ୍ତ କରିଥିଲେ ମଧ୍ୟ ଫାଇନାଲ୍‌ରେ ଭାରତୀୟ ଯୁବତୀମାନେ ୫-୨୬ରେ ୟୁଏଇ ନିକଟରୁ ହାରିଯାଇଥିଲେ। ସମସ୍ତ ଓଡ଼ିଆ ଝିଅଙ୍କୁ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓରଫା ସଭାପତି ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କିଟ୍‌ର କ୍ରୀଡ଼ା ମହାପ୍ରବଧଂକ ଗଗନେନ୍ଦୁ ଦାଶ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର