ଏନ୍‌ସିଏ ଶିବିରକୁ ୫ ଓଡ଼ିଆ ବାଳିକା ମନୋନୀତ

ଭୁବନେଶ୍ବର : ଓଡ଼ିଶାର ୫ ଜଣ ବାଳିକା‌ (୧୯ ବର୍ଷରୁ କମ୍‌) କ୍ରିକେଟର୍‌ ଜାତୀୟ କ୍ରିକେଟ ଏକାଡେମୀ ଶିବିରରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ପ୍ରିୟଙ୍କାରୀ ମୁଦୁଲି, ସୁଚିସ୍ମିତା ପଣ୍ଡା, ଏସ୍‌ବି ଲରେନ୍ସ, ଦିବ୍ୟା ରାଉତରାୟ ଓ ତନ୍ମୟୀ ବେହେରା। ନିକଟରେ ଶେଷ ହୋଇଥିବା ବିସିସିଆଇ ଘରୋଇ ଋତୁରେ ଚମତ୍କାର ପ୍ରଦର୍ଶନ ଭିତ୍ତିରେ ଏହି ୫ ଜଣ ସୁଯୋଗ ପାଇଛନ୍ତି।

ଏନ୍‌ସିଏ ଶିବିର ଏପ୍ରିଲ ୧୭ରୁ ମେ’ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଭେନ୍ୟୁରେ ଆୟୋଜିତ ହେବ। ପ୍ରିୟଙ୍କାରୀ ଏବଂ ସୁଚିସ୍ମିତା (ଉଭୟେ ଟିମ୍‌-ଏ) ସୁଲତାନପୁର, ଲରେନ୍ସ (ଟିମ୍‌-ବି) ରାଞ୍ଚି, ଦିବ୍ୟା ଓ ତନ୍ମୟୀ (ଉଭୟେ ଟିମ୍‌-ଡି’ ଭାଲ୍‌ସାଦ ଭେନ୍ୟୁରେ ଯୋଗଦେବେ। ଏନ୍‌ସିଏ ଶିବିର ପାଇଁ ମନୋନୀତ ୫ ବାଳିକାଙ୍କୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ସଂପାଦକ ସଞ୍ଜୟ ବେହେରାଙ୍କ ସହ ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର