ଭାରତୀୟ ଦଳରେ ୫ ଓଡ଼ିଆ

ଏସିଆ ପାସିଫିକ୍‌ ୟୁନିଫାଏଡ୍‌ କ୍ରିକେଟ୍‌

ଭୁବନେଶ୍ୱର,: ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପାସିଫିକ୍‌ ୟୁନିଫାଏଡ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ-ନିମାପଡ଼ା ଅଞ୍ଚଳର ପ୍ରଭାତ ବରାଳ, ଶଶୀକାନ୍ତ ସେଠୀ, ପୂର୍ଣ୍ଣଚନ୍ଦ୍ର ଜେନା, ବ୍ରଜରାଜନଗରର ଡେଭିଡ୍‌ ସାହୁ। ଆଠଗଡ଼ର ବିବେକାନନ୍ଦ ମହାନ୍ତି ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପ୍ରଭାତ ବିଶ୍ୱାଳ ଲଗାତର ତୃତୀୟ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସ୍ପେଶାଲ ଅଲିମ୍ପିକ୍ସ ଭାରତ ଓଡ଼ିଶାର ନିର୍ଦେଶକ ପ୍ରକାଶ ରଥ ଭାରତୀୟ ଦଳାର ମୁଖ୍ୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ମହିଳା ଫୁଟ୍‌ବଲ୍‌ ଏବଂ ପୁରୁଷଙ୍କ ୟୁନିଫାଏଡ୍‌ କ୍ରିକେଟ୍‌ ପ୍ରଶିକ୍ଷଣ ଶିବିର ଶେଷରେ ଭାରତୀୟ ଦଳ ଚୟନ କରାଯାଇଛି। ଓଡ଼ିଶା ସମସ୍ତ କ୍ରୀଡ଼ାରେ ଅନେକ ଅଗ୍ରଗତି କରିଛି ଏବଂ କ୍ରିକେଟ୍‌ରେ ଏହାର ଉନ୍ନତି ମୋତେ ଅଶେଷ ଆନନ୍ଦ ଦେଇଛି ବୋଲି ଦିଲ୍ଲୀରୁ ଆସିଥିବା ପ୍ରଶିକ୍ଷକ ତଥା ଚୟନକର୍ତା ସତ୍ୟେନ୍ଦ୍ର କୁମାର କହିଥିଲେ। ଉପରୋକ୍ତ ଶିବିର ଶେଷରେ ଦୂରଦର୍ଶନର ବାର୍ତା ସମ୍ପାଦକ ଗୋପାଳ ମହାପାତ୍ର, କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ଆର୍ତତ୍ରାଣ ମିଶ୍ର ଅତିଥି ଥିଲେ। ଉମେଶ ମହାପାତ୍ର, ଅର୍ପିତା ମହାପାତ୍ର, ସସ୍ମିତା ମହାପାତ୍ର, ତ୍ରିନାଥ ସାମଲ, କାଳନ୍ଦୀ ଭୋଇ, ଝସକେତନ ପ୍ରଧାନ, ବିବେକାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର