ଦୃଷ୍ଟିହୀନ ବିଶ୍ୱକପ୍‌ ସମ୍ଭାବ୍ୟ ଦଳରେ ଓଡ଼ିଶାରୁ ୫

ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରି ୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଖେଳାଯିବାକୁ ଥିବା ଦୃଷ୍ଟିହୀନ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ ବୁଧବାର ୪୪ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ୫ ଜଣ ଖେଳାଳି ମହମ୍ମଦ ଜାଫର ଇକବାଲ, ପଙ୍କଜ ଭୂଏ, ସୁଖରାମ ମାଝୀ, ନକୁଳ ବଡ଼ନାୟକ ଏବଂ ଲିଙ୍ଗରାଜ ରାଉତରା ସ୍ଥାନ ପାଇଛନ୍ତି। ପୁନେରେ ଚଳିତ ମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଏମାନେ ଯୋଗଦେବେ। ସେଠାରେ ଭଲ କଲେ ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇବେ। ୪୪ ଜଣ ସମ୍ଭାବ୍ୟ ଖେଳାଳିଙ୍କୁ ଇଣ୍ଡିଆ ରେଡ୍‌, ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରିନ୍‌ ଏବଂ ଇଣ୍ଡିଆ ୟୋଲୋ ନାମରେ ବିଭକ୍ତ କରାଯାଇ ମ୍ୟାଚ୍‌ ଖେଳାଯିବ। ଏହି ପ୍ରତିଯୋଗିତାର ପ୍ରଦର୍ଶନ ହିଁ ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ପାଇବାର ମାନଦଣ୍ଡ ହେବ। ଏହି ଖେଳାଳିମାନଙ୍କୁ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘର ସଂପାଦକ ସନ୍ୟାସ କୁମାର ବେହେରା, ଯୁଗ୍ମ ସଂପାଦକ ବିରଞ୍ଚି ନାରାୟଣ ସାହୁ ଏବଂ ମୁଖ୍ର ପରାମର୍ଶଦାତା ପ୍ରକାଶ କୁମାର ରଥ ଶୁଭେଚ୍ଛ ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର