ଜାତୀୟ ଦୁଃସାହସିକ କ୍ରୀଡ଼ାରେ ଭାଗନେବେ ୫ ଓଡ଼ିଆ

ଚଳିତ ଡିସେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ମନାଲିରେ ଆୟୋଜନ

ଭୁବନେଶ୍ୱର : ହିମାଚଳ ପ୍ରଦେଶର ମନାଲିରେ ଚଳିତ ଡିସେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ଦୁଃସାହସିକ କାର୍ଯ୍ୟକ୍ରମରେ ଭାଗନେବାକୁ ୫ ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ରାଜ୍ୟର ସର୍ବପୁରାତନ ଦୁଃସାହସିକ କ୍ରୀଡ଼ା ଅନୁଷ୍ଠାନ ‘ଆସା’ (ଆସୋସିଏସନ୍‌ ଫର ଆଡଭେଞ୍ଚର ଆଣ୍ଡ୍‌ ସୋସିଆଲ୍‌ ଆକ୍ଟିଭିଟିଜ୍‌) ପକ୍ଷରୁ ମନୋନୀତ ଏହି ଖେଳାଳିମାନେ ନିଜ ଦୁଃସାହସିକ ଖେଳ ଜୀବନକୁ ଆଗକୁ ବଢ଼ାଇବାର ସୁଯୋଗ ପାଇବେ। ଏହି ଖେଳାଳିମାନେ ହେଲେ-ଅନୀତା ସ୍ୱାଇଁ, ସସ୍ମିତା ପ୍ରଧାନ, ସ୍ମୃତିରେଖା ସାମଲ, ଚିନ୍ମୟ ମହାରଣା ଏବଂ ଦେବ ସାମନ୍ତରାୟ। ଏହି ଯୁବ ଦଳକୁ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଆସାର ଉପ ସଭାପତି ଅଶୋକ କୁମାର ମହାନ୍ତି ଏବଂ ସମ୍ପାଦକ ଏଭେରେଷ୍ଟ୍‍ ବିଜେତା ଗଣେଶ ଚନ୍ଦ୍ର ଜେନା ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର