‘ଓଲି’ ଓଡ଼ିଶା କ୍ରୀଡ଼ାର ସ୍ଥାୟୀ ମାସ୍କଟ

ଭୁବନେଶ୍ୱର,: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦରେ ମାସ୍କଟ ଥିବା ‘ଓଲି’ ଓଡ଼ିଶା କ୍ରୀଡ଼ାର ସ୍ଥାୟୀ ମାସ୍କଟ ହେବ। କ୍ରୀଡ଼ା ଓ ଯୁବ ସେବା ସଚିବ ବିଶାଲ କୁମାର ଦେବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଏବଂ ବିଶ୍ୱକପ୍‌ ହକିର ମଧ୍ୟ ଓଲି ମାସ୍କଟ ରହିବ। ହେଲେ ଏହି ଦୁଇ ପ୍ରତିଯୋଗିତା ଲାଗି ‘ଓଲି’ ହାତରେ ହକି ଷ୍ଟିକ୍‌ ଦେଖିବାକୁ ମିଳିବ। ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଚଳିତ ବର୍ଷ ଡିସେମ୍ବର ୧ରୁ ୧୦ ଏବଂ ବିଶ୍ୱକପ୍‌ ଆସନ୍ତାବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଗହିରମଥାରେ ସମୁହ ଅଣ୍ଡାଦାନ କରୁଥିବା ଅଲିଭ୍‌ ରିଡଲେ କଇଁଚଠାରୁ ପ୍ରେରଣା ନେଇ ‘ଓଲି’କୁ ଏସୀୟ ଦୌଡ଼କୁଦର ମାସ୍କଟ କରାଯାଇଥିଲା।

ସମ୍ବନ୍ଧିତ ଖବର