ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ଡୋପିଂ ବିବାଦରେ ଛନ୍ଦି ହୋଇ ଯାଇଛି। ଭାରତୀୟ ଖେଳାଳି ରହୁଥିବା ସ୍ଥାନରେ ଇଞ୍ଜେକସନ୍ ସିରିଞ୍ଜ ମିଳିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଖେଳାଳିମାନେ ଏହି ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଘଟଣା ପଦାକୁ ଆସିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ ସାଣ୍ଟିଆଗୋ ନିଏଭା କଡ଼ା ଚେତାବନୀ ଦେଇଛନ୍ତି। ତେବେ ଭାରତୀୟ ଦଳ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଭାରତୀୟ ଦଳର ଜଣେ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଏହାକୁ ଖଣ୍ଡନ କରିଛନ୍ତି। ଆମର ଜଣେ ଖେଳାଳି ଅସୁସ୍ଥ ଥିଲେ। ତାଙ୍କୁ ଡାକ୍ତର ଭିଟାମିନ ଇଞ୍ଜେକସନ୍ ଦେଇଥିଲେ ବୋଲି ସେ କହିଥିଲେ। ଏହା ପୂର୍ବରୁ ମିଳିଥିବା ଛୁଞ୍ଚି ଏବଂ ସିରିଞ୍ଜ ସହ ଆମର କୌଣସି ସଂପର୍କ ନାହିଁ ବୋଲି ଭାରତୀୟ ଦଳର ପ୍ରବନ୍ଧକ ଅଜୟ ନାରଙ୍ଗ କହିଥିଲେ। ପ୍ରଶିକ୍ଷକ ଏବଂ ପ୍ରବନ୍ଧକଙ୍କ କଥାରେ ତାଳମେଳ ରହୁ ନଥିବାରୁ ଭାରତୀୟ ଦଳକୁ ଏହା ଅଡ଼ୁଆରେ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି।
ଗୋଲ୍ଡକୋଷ୍ଟ, ୨|୪ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରୀଡ଼ାଗ୍ରାମରେ ସୋମବାର ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏକ ନିରାଡମ୍ବର ଉତ୍ସବରେ ଏହି ପାରମ୍ପରିକ କାର୍ଯ୍ୟ ସମାପନ ହୋଇଥିଲା। ୫ ଥର ବିଶ୍ୱ ବିଜେତା ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ ଏହି ଅବସରରେ ମନଖୋଲି ନାଚୁ ଥିବାର ଦେଖିବାକୁ ମିଳିଥିଲା। ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍, ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ସାଥୀ ଖେଳାଳିଙ୍କ ସହ ପ୍ରମୁଖ ଫଟୋ ଉଠାଇ ନିଜ ଉତ୍ସାହର ପରିପ୍ରକାଶ କରିଥିଲେ। ଉତ୍ସବରେ ଭାରତୀୟ ଦଳର ମୁଖ୍ୟ ବିକ୍ରମ ଶିଶୋଦିଆ ମୁଖ୍ୟ ଅତିଥି ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରତିଦ୍ୱନ୍ଦ୍ୱିତା ଗୁରୁବାରଠାରୁ ଆରମ୍ଭ ହେବ। ତେବେ ବୁଧବାର ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।
କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା :ଡୋପିଂ ଅଭିଯୋଗକୁ ଅସ୍ୱୀକାର
/sambad/media/post_attachments/wp-content/uploads/2018/04/indian-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)