ଦୁବାଇ: ଚେନ୍ନାଇ ସୁପର୍ କିଙ୍ଗ୍ସର ଚତୁର୍ଥ ପରାଜୟ ପରେ ପୁଣି ବ୍ୟାଟିଂକ୍ରମକୁ ନେଇ ସମାଲୋଚନା ମୁଣ୍ଡ ଟେକିଛି। ଏଥର କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରମକୁ ନେଇ ନୁହେଁ। କେଦାର ଯାଦବଙ୍କୁ କାହିଁକି ରବୀନ୍ଦ୍ର ଜାଦେଜା ଏବଂ ଡ୍ବାନ୍ ବ୍ରାଭୋଙ୍କ ପୂର୍ବରୁ ପଠାଯାଇଥିଲା ବୋଲି ପ୍ରଶଂସକମାନେ ଜୋରଦାର ସମାଲେଚନା କରିଛନ୍ତି। ୪ ନମ୍ବର ସ୍ଥାନରେ ଆସିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍ ପତନ ପରେ ଆସିଥିବା କେଦାର ଯାଦବ ବାରମ୍ବାର ବ୍ୟାଟ୍କୁ ବଲରେ ସଂଯୋଗ କରିବାରେ ବିଫଳ ହୋଇ ଶେଷକୁ ୧୨ ବଲ୍ରୁ ୭ ରନ୍ କରିଥିଲେ। କେଦାର ସ୍ପିନରଙ୍କୁ ଭଲ ଖେଳନ୍ତି ବୋଲି ତାଙ୍କ ଆଗୁଆ ପଠାଯାଇଥିଲା, କିନ୍ତୁ ଏହି ଯୋଜନା କାମ କଲା ନାହିଁ ବୋଲି ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ସ୍ବୀକାର କରିଥିଲେ। କେଦାର ସିଏସ୍କେ ଏବଂ ଭାରତୀୟ ଦଳ ପାଇଁ ମଧ୍ୟ ନିମ୍ନକ୍ରମରେ ଖେଳନ୍ତି। କିନ୍ତୁ ବୁଧବାର ସେ ଭଲ ବ୍ୟାଟିଂ କରିପାରିଲେ ନାହିଁ ବୋଲି ଫ୍ଲେମିଂ ପ୍ରକାଶ କରିଥିଲେ। ୬ ବୋଲରଙ୍କୁ ନେଇ ଆମ ସନ୍ତୁଳିତ ରହିଛୁ। ଅତିରିକ୍ତ ଜଣେ ବ୍ୟାଟସମ୍ୟାନ୍ ସହାୟକ ହେବ ବୋଲି ମୁଁ ଭାବି ପାରୁନଥିବା କହିଥିଲେ ଏହି ପୂର୍ବତନ ନ୍ୟୁଜିଲାଣ୍ଡ୍ ଅଧିନାୟକ।
କେଦାରଙ୍କ ବ୍ୟାଟିଂକ୍ରମର ସଫେଇ ଦେଲେ ଫ୍ଲେମିଂ
/sambad/media/post_attachments/wp-content/uploads/2020/10/kedar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)