ଅସୁରେଶ୍ବର ଫୁଟ୍‌ବଲ, ଭୁବନେଶ୍ବର ବିଜେତା

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ବର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ୪୨ତମ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ରବିବାର ଫାଇନାଲରେ ଜଟଣୀର ଫ୍ରେଣ୍ତ୍‌ସ ପାରାଡ଼ାଇଜ କ୍ଲବ୍‌କୁ ୧-୦ ଗୋଲ୍‌ରେ ହରାଇ ଭୁବନେଶ୍ବରର ୟୁନାଇଟେଡ୍‌ କ୍ଲବ୍‌ ବିଜେତା ହୋଇଛି। ସ˚ଜୀବ କୁମାର ଦାସ, ରସାନନ୍ଦ ସାମଲ, ପ୍ରଭାକର ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ ା ସଂଘର ସଭାପତି ଗୋଲଖଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ବିଜେଡ଼ି କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ବିବେକାନନ୍ଦ ସାମନ୍ତରାୟ, ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ନିଶ୍ଚିନ୍ତକୋଇଲି ପ˚ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଗିରୀଶ ର˚ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଜୟ କୁମାର ନାୟକ ଅତିଥି ପରିଚୟ ଏବଂ ସଂଘର ସ˚ପାଦକ ଅନନ୍ତରାମ ସି˚ ବିବରଣୀ ପାଠ କରିଥିଲେ। ଅସୁରେଶ୍ବର ସରପ˚ଚ ମହେଶ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଉପସଭାପତି ନିର୍ମଳ କୁମାର ଲେଙ୍କା, ସହସ˚ପାଦକ ସୁଧା˚ଶୁ ଶେଖର ଦାସ, ବିଜୟ କୁମାର ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର