ନୂଆଦିଲ୍ଲୀ: ଇଂଲିସ୍ ପ୍ରିମିୟର୍ ଲିଗର ତିନି ତିନିଟି ଦଳକୁ ପ୍ରଶିକ୍ଷଣ ଦେଇ ସାରିଥିବା ଜଣେ ବ୍ୟକ୍ତି ପାଇଁ ଭାରତରେ ଶିଖାଇବା ଲକ୍ଷ୍ୟହୀନ ସ୍ଥଳ ହୋଇପାରେ, କିନ୍ତୁ ଅବ୍ରାମ୍ ଗ୍ରାଣ୍ଟ୍ଙ୍କ ପାଇଁ ଅତି ସହଜ ନିଷ୍ପତ୍ତି ଥିଲା। ଚେଲ୍ସି ଏଫ୍ସି, ପୋର୍ଟମାଉଥ୍, େଓ୍ଵଷ୍ଟହାମ୍ ଭଳି ଇପିଏଲ୍ ଦଳକୁ ପ୍ରଶିକ୍ଷିତ କରିଥିବା ଗ୍ରାଣ୍ଟ୍ ଏବେ ଆଇଏସ୍ଏଲ୍ର ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍ସି ସହିତ ଅଛନ୍ତି। ‘ଏହା ମୋ ପାଇଁ କଷ୍ଟକର ନିଷ୍ପତ୍ତି ନ ଥିଲା। ମୁଁ ବିଭିନ୍ନ ପ୍ରାନ୍ତରେ ହେଉଥିବା ଫୁଟ୍ବଲ୍କୁ ଦେଖିବାକୁ ଚାହେଁ। ଥାଇଲାଣ୍ଡ୍, ସର୍ବିୟା, ଆଫ୍ରିକାରେ ମୁଁ ବୁଲିଛି। ଫୁଟ୍ବଲ୍ର ବିକାଶ ପାଇଁ ଆଗ୍ରହୀ ଦେଶକୁ ମୁଁ ଉପଭୋଗ କରିଥାଏ। ମୋ ମତରେ ଭାରତରେ ଫୁଟ୍ବଲ୍ ଠିକ୍ ଚାଲିଛି। ଫୁଟ୍ବଲ୍ର ବିକାଶ ଏକ ପ୍ରକ୍ରିୟା। ମୁଁ ବହୁତ କମ୍ ସମୟରେ ଆସି ଅଭିଜ୍ଞତା ବାଣ୍ଟିଛି ବୋଲି ଶେଷ ଥର ପାଇଁ ଘାନା ଜାତୀୟ ଦଳର ପ୍ରଶିକ୍ଷକ ଥିବା ଗ୍ରାଣ୍ଟ୍ କହିଥିଲେ। ମୋ ଜୀବନରେ ସବୁବେଳେ ମାନସିକ ଦୃଢ଼ତାକୁ ଗୁରୁତ୍ୱ ଦେଇଥାଏ। ଏହା ଥିଲେ ଆଉ ସବୁକିଛି ଠିକ୍ ଚାଲିପାରିବ। ଫୁଟ୍ବଲ୍ରେ ଅନେକ ବାହ୍ୟ ଚାପ ଥାଏ। କିନ୍ତୁ ଚାପ ହିଁ ଖେଳର ନାମ। ଏପରିକି ଶୀର୍ଷରେ ଥିଲେ ସେଠାରେ ତିଷ୍ଠିବାକୁ ଚାପ ଥାଏ। ଶେଷରେ ଥିଲେ ଉଠିବାକୁ ଚାପ ଥାଏ। ମୋ ଜୀବନରେ ମୁଁ ଅନେକ ସ୍ଥାନ ଓ ଦେଶ ବୁଲିଛି। ଫୁଟ୍ବଲ୍ରେ ସବୁବେଳେ ଚାପ ରହିଛି ବୋଲି କହିଥିଲେ ଗ୍ରାଣ୍ଟ୍। ଏହା ଭଲ କଥା। ତୁମକୁ ଅଧିକ ଉନ୍ନତ କରିବାକୁ ଉତ୍ସାହିତ କରିଥାଏ। ସୂଚନାଯୋଗ୍ୟ, ଗ୍ରାଣ୍ଟ୍ଙ୍କ ପ୍ରଶିକ୍ଷିତ ନର୍ଥଇଷ୍ଟ୍ ୟୁନାଇଟେଡ୍ ଦଳ ଚଳିତ ଆଇଏସ୍ଏଲ୍ରେ ଲଗାତାର ୪ ପରାଜୟ ପରେ ଗତ ମ୍ୟାଚ୍ରେ ଗୋଆକୁ ହରାଇ ପ୍ରଥମ ବିଜୟ ପାଇଛି।
ଭାରତରେ ଫୁଟ୍ବଲ୍ ଠିକ୍ ଚାଲିଛି: ଗ୍ରାଣ୍ଟ୍
/sambad/media/post_attachments/wp-content/uploads/2018/01/caoch.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)