ଫୁଟ୍‌ବଲ୍‌ ଯୋଦ୍ଧା

ମସ୍କୋ: ବିଶ୍ୱକପ୍‌ର କେତେକ ପ୍ରସିଦ୍ଧ ଓ ଲୋକପ୍ରିୟ ଖେଳାଳିଙ୍କୁ ରାଜା ଏବଂ ସେନାପତି ବେଶ ଦେଇଛନ୍ତି ଇଟାଲୀୟ ଚିତ୍ରକର ଫାବ୍ରିଜିନୋ ବିରିମବେଲି। ତାଙ୍କ ଚିତ୍ରକଳାରେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସି, ପର୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ, ଇଜିପ୍ଟର ମହମ୍ମଦ ସଲାହ, ଫ୍ରାନ୍ସର ପଲ୍‌ ପୋଗବା ଓ ଡିଏଗୋ କୋଷ୍ଟା ପ୍ରମୁଖ ସ୍ଥାନ ପାଇଛନ୍ତି। ଏମାନଙ୍କୁ ବିରିମବେଲି ବିଭିନ୍ନ ଐତିହାସିକ ଚିରତ୍ରର ରୂପ ଦେଇଛନ୍ତି। ଏହିସବୁ ଫଟୋକୁ ନେଇ ସେ ମଧ୍ୟ ସେଣ୍ଟପିଟର୍ସବର୍ଗଠାରେ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି।

ଯାହାକୁ ଫୁଟବଲ୍‌ ପ୍ରେମୀ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରଦର୍ଶନୀର ନାଁ ‘ଲାଇକ୍‌ ଦି ଗଡ୍ସ’ ରଖା ଯାଇଛି। ଏଥିରେ ଡିଏଗୋ ମାରାଡୋନା ଏବଂ ଫ୍ରାନସେସ୍କୋ ଟୋଟିଙ୍କୁ ଉନ୍ନବିଂଶ ଶତାବ୍ଦୀର ଶାସନ ଭାବେ ଦେଖିବାକୁ ମିଳୁଛି। ଫୁଟ୍‌ବଲର ସାରା ବିଶ୍ୱକୁ ଏକସୂତ୍ରରେ ବାନ୍ଧିବାର ଶକ୍ତି ରହିଛି। ଏହି ଖେଳରେ ମହାନାୟକଙ୍କର ଅଭାବ ନାହିଁ। ସେଥିପାଇଁ ମୁଁ ଫୁଟବଲ୍‌ ତାରକାଙ୍କୁ ଯୋଦ୍ଧା ରୁପ ଦେବାକୁ ଚେଷ୍ଟା କରିଛି ବୋଲି ବିରିମବେଲି କହିଛନ୍ତି। ଏହି ନିଆରା ପ୍ରଦର୍ଶନୀ ଗୁରୁବାର ଦିନ ଉଦଘାଟିତ ହୋଇଛି। ବିଶ୍ୱକପ୍‌ ଶେଷ ହେବା ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସେ ସଂକେତ ଦେଇଛନ୍ତି।

ସମ୍ବନ୍ଧିତ ଖବର