ଫୁଟ୍‌ଭଲି ବିଶ୍ବକପ୍‌ ପରିଚାଳନା କରିବେ ସୁଜିତ

କଟକ: ଥାଇଲାଣ୍ତର ବ୍ୟାଙ୍କକ୍‌ଠାରେ ହେବାକୁ ଥିବା ଫୁଟଭଲି ବିଶ୍ବକପ୍‌ରେ ଓଡ଼ିଶାର ସୁଜିତ କୁମାର ପାତ୍ର ମ୍ୟାଚ୍‌ ପରିଚାଳନା କରିବେ। ପୂର୍ବରୁ ମଧ୍ୟ ସେ ଜାତୀୟ ଫୁଟ୍‌ଭଲି ଦଳର ପ୍ରଶିକ୍ଷକ ଭାବେ ବିଶ୍ବକପ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ସୁଜିତ ବର୍ତ୍ତମାନ ରାଜ୍ୟ ଫୁଟ୍‌ଭଲି ସ˚ଘର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟରତ। ଏହାବ୍ୟତୀତ ସେ ଫୁଟ୍‌ବଲ ରେଫରି ଭାବେ ମଧ୍ୟ ବର୍ତ୍ତମାନ ଫାଓ ଲିଗ୍‌ରେ ମ୍ୟାଚ୍‌ ପରିଚାଳନା କରୁଛନ୍ତି। ସୁଜିତ ଶୁକ୍ରବାର ରାତିରେ କୋଲକାତା ଅଭିମୁଖେ ଯାତ୍ରା କରିବେ। ସେଠାରୁ ୧୫ ତାରିଖରେ ବ୍ୟାଙ୍କକ୍‌ ଯିବେ ବୋଲି ସୂଚନା ଦିଆଯାଇଛି। ସୁଜିତଙ୍କୁ ମିଳିଥିବା ଏହି ସୁଯୋଗ ପାଇଁ ରାଜ୍ୟ ସ˚ଘ ସଭାପତି ଆଇନଜୀବୀ ଦିଲ୍ଲୀପ ପ୍ରଧାନ, ସମ୍ପାଦକ ପ୍ରଶ୍ନ କୁମାର ରାଉତ, କୋଷାଧ୍ୟକ୍ଷ ଦେବାଶିଷ ନାୟକ, କାର୍ଯ୍ୟକାରୀ ସଭାପତି ଅଭିନ୍ନ ସୁନ୍ଦର ରାଉତ, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର