ବୋଲରଙ୍କୁ ବିଶ୍ରାମ ପାଇଁ ଫଲୋଅନ୍‌ ଦେଲୁନି: ରଶ୍ମୀ

ଆମର କ୍ବାର୍ଟର୍‌ ଫାଇନାଲ୍‌ ଖେଳିବା ଲାଗି ‌କୌଣସି ସମ୍ଭାବନା ନାହିଁ। ଏଥିପାଇଁ ଅମକୁ ମଧ୍ୟ ବୋନସ ପଏଣ୍ଟ୍‌ର ଆବଶ୍ୟକତା ନାହିଁ। କେବଳ ମନୋବଳ ଦୃଢ଼ ପାଇଁ ଏହି ମ୍ୟାଚ୍‌ ଜିତିବା‌ର ଅଛି। ‌ଆମର ୩ ଦ୍ରୁତ ବୋଲର ଏଠାରେ ୩୯ ‌ଓଭର ବୋଲିଂ କଲେଣି। ଏମାନଙ୍କୁ ବିଶ୍ରାମ ଦେବା ଲାଗି ଗୋଆକୁ ଫଲୋଅନ୍‌ ଦେଲୁନାହିଁ ବୋଲି କହିଛନ୍ତି ଓଡ଼ିଶା ଦଳର ପ୍ରଶିକ୍ଷକ ରଶ୍ମୀ ରଂଜନ ପରିଡ଼ା। ଏଥିସହ ଆଗକୁ ଟ୍ବେଣ୍ଟି-୨୦ ମ୍ୟାଚ୍‌ ରହିଛି। ଫଳ‌ରେ ଆମ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଅଧିକ ବ୍ୟାଟିଂ ଅଭ୍ୟାସର ସୁ‌ଯୋଗ ପାଇବେ। ଆମେ ବୁଧବାର ଅତିବେଶିରେ ଦୁଇ ଅଧିବେଶନ ଖେଳି ପାଳି ଘୋଷଣା କରିବୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର