ଖାଦ୍ୟ ପାର୍ସଲ୍‌କୁ ନେଇ ଧମକ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଓଡ଼ିଶା-ସୌରାଷ୍ଟ୍ର କୁଚବେହାର ଟ୍ରଫି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଏକ ଅପ୍ରୀତିକର ପରିସ୍ଥିତି ଚର୍ଚାକୁ ଆସିଛି। ଓଡ଼ିଶା ଦଳ, ପଡ଼ିଆ ଏବଂ ମିଡିଆ ଆଦି ଏକାଧିକ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଖେଳାଳି ଓ ଅଧିକାରୀଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟକୁ ନିଜ ଘରକୁ ପାର୍ସଲ ନେଉଥିବାବେଳେ ଏହା ଦୁର୍ନୀତି ନିବାରଣ ୟୁନିଟ୍‌ କର୍ମଚାରୀଙ୍କ ନଜରକୁ ଆସିଥିଲା। ଏହାକୁ ସେ ବିରୋଧ କରିଥିଲେ। ଉଭୟ ଅଧିକାରୀ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହାକୁ ନେଇ ବାକ୍ୟ ବିନିମୟ ଏବଂ ମୁହାଁମୁହିଁ ହୋଇଥିଲେ। କଥା ମ୍ୟାଚ୍‌ ରେଫରିଙ୍କ ଦୃଷ୍ଟିକୁ ନିଆଯାଇଥିଲା। କିନ୍ତୁ ଅଭିଯୁକ୍ତ ଅଧିକାରୀ ଜଣଙ୍କ ଧମକ ଚମକ ଦେଇ ଘଟଣାକୁ ଚାପି ଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର