ଜାତୀୟ କନିଷ୍ଠ ଭଲିବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର,: ଚଳିତ ମାସ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଚଣ୍ଡିଗଡ଼ରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ଲାଗି ମଙ୍ଗଳବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଉଭୟ ବାଳକ ଓ ବାଳିକାରେ ଦଳ ଚୟନ ଲାଗି କିଟ୍‌ର କ୍ୟାମ୍ପସ୍‌-୮ରେ ଏକ ଟ୍ରାଏଲ୍‌ ଶିବିର ଅନୁଷ୍ଠିତ ହୋଇଥିଲା। କିଟ୍‌ର କ୍ରୀଡ଼ା ନିର୍ଦେଶକ ତଥା ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ଗଗନେନ୍ଦୁ ଦାଶଙ୍କ ତତ୍ବାବଧାନରେ ଏହି ଦଳ ଚୟନ ହୋଇଥିଲା।
ବାଳକ ଦଳ: ରାଜୁ ପଟ୍ଟନାୟକ, ଅମିତ କୁମାର ହରିଜନ, ଆଶୁତୋଷ ପ୍ରଧାନ, ଭରତ ପୂଜାରୀ, ଏସ୍‌କେ ଯାଦବ, ‌ସୁରେନ୍ଦ୍ର ମାଟକାନୀ, ଦୀନବନ୍ଧୁ ନାହକ, ମାନସ ପ୍ରଧାନ, ସମୀର ରଂଜନ ପାଳ, ଜୀବନ କୃଷ୍ଣ ବେହେରା, ୱାସି ଜାମନ ଖାନ୍‌, ଗଙ୍ଗାଧର ଗୁରୁଆ। ବାଳିକା ଦଳ: ଶିବାନୀ ପ୍ରିୟଦର୍ଶିନୀ, ରିଙ୍କି କିର୍ଷାନି, ସରସ୍ବତୀ ଝୋଡ଼ିଆ, ଚମ୍ପା ମାଝୀ, କୌଶଲ୍ୟା ମାଝୀ, ସେବତୀ ଝୋଡ଼ିଆ, ମେଘନା ବାରିକ, ସସ୍ମିତା ଦେହୁରୀ, କଲ୍ୟ‌ାଣୀ ହରିଚନ୍ଦନ, ସ୍ନିଗ୍ଧା ସାଗରିକା ମହାନ୍ତି, ସୋନାଲି ତିରିଆ, ପାୟଲ ଭୋଇ।

ସମ୍ବନ୍ଧିତ ଖବର