ଦୌଡ଼କୁଦ ପାଇଁ ୪ ଜଣିଆ ଓଡ଼ିଶା ଦଳ

କଟକ: ଖେଲୋ ଇଣ୍ତିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଓଡ଼ିଶା ଦୌଡ଼କୁଦ ଦଳ ପୁନେ ଗ୍ରସ୍ତ କରିଛି। ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞାପ୍ରଶାନ୍ତି ସାହୁ, ୧୦୦ ମିଟର ଦୌଡ଼ ଓ ଲମ୍ବ ଡିଆଁରେ ମନୀଷା ମେରେଲ, ଜାଭେଲିନ୍‌ରେ ଧନମତି ଖେସ୍‌, ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌ ପ୍ରତିନିଧିତ୍ବ କରିବେ। ସସ୍ମିତା ସେଠୀ ପ୍ରଶିକ୍ଷକ ଓ ପ୍ରବନ୍ଧକ ଦାୟିତ୍ବ ପାଇଛନ୍ତି। ଦୌଡ଼କୁଦ ପ୍ରତିଯୋଗିତା ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ଓଡ଼ିଶା‌ରୁ ୪ଜଣ ପ୍ରବୋଧ କୁମାର ମହାନ୍ତି, ରୂପନ୍ବିତା ପଣ୍ତା, ସୁସ୍ମିତା ଦତ୍ତ, ଭବାନୀଶଙ୍କର ଜେନା ମ୍ୟାଚ୍‌ ପରିଚାଳନା ଲାଗି ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର