ଜାତୀୟ ଟାଏକୋଣ୍ଡୋ ଲାଗି ୩୬ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର: ପଞ୍ଜାବର ଜଳନ୍ଧରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଓପନ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ୩୬ ଜଣିଆ ଓଡ଼ିଶା ଦଳ ମଙ୍ଗଳବାର ସେଠାକୁ ଯାତ୍ରା କରିଛି। ସୁବ୍ରତ ପାତ୍ର ଦଳର ପ୍ରଶିକ୍ଷକ ଥିଲା ବେଳେ ନିରଞ୍ଜନ ସାହୁ ଏବଂ ପ୍ରତାପ ମାଝୀ ରେଫରି ଭାବେ ଏହି ପ୍ରତିଯୋଗିତାରେ ଯୋଗଦେବେ। ଓଡ଼ିଶା ଦଳ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ରାଜ୍ୟ ଦଳରେ ଥିବା ଖେଳାଳିମାନଙ୍କୁ ଟାଏକୋଣ୍ଡୋ ଓଡ଼ିଶା ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର