ଫରେଷ୍ଟ୍‍ ଓ ଜେଏମ୍‌ଡି ବିଜୟୀ:ସନ୍ତୋଷ ସ୍ମାରକୀ କ୍ରିକେଟ୍‌

ଭୁବନେଶ୍ୱର: ରସୁଲଗଡ଼ ଜିଜିପି କଲୋନୀରେ ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଚାଲିଥିବା ୧୮ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଦୁଇ ଭୁବନେଶ୍ୱର ଦଳ ଫରେଷ୍ଟ୍‍ ଏକାଦଶ ଏବଂ ଜେଏମଡି ବିଜୟୀ ହୋଇଛନ୍ତି। ଫରେଷ୍ଟ ଏକାଦଶ ୨ ରନ୍‌ରେ ରୋମାଞ୍ଚକ ଭାବେ କଟକର ବିନ୍ଦାସକୁ ପରାସ୍ତ କରିଥିଲା। ରଂଜିତ କୁଣ୍ଡୁ (୨୨ ରନ୍‌ କରିବା ସହିତ ୩ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିମଳ କୁମାର (୫୩, ୨୩ ବଲ) ମଧ୍ୟ ଅର୍ଧଶତକ ହାସଲ କରି ଦଳର ବିଜୟରେ ନିଜ ଯୋଗଦାନ ରଖିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଜେଏମ୍‌ଡି ୫ ରନରେ କଟକର ଚାର୍ଚ ଏକାଦଶକୁ ପରାସ୍ତ କରିଥିଲା। ରଂଜନ କୁମାର (୭୮*, ୩୫ ବଲ୍‌)ଙ୍କ ଅର୍ଧଶତକ ବେକାର ଯାଇଥିଲା। ମଦନ ପଲାଇ ୩୪ ରନ୍‌ କରିବା ସହିତ ୩ ଓ୍ଵିକେଟ୍‌ ନେଇଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରବି ଚମ୍ପତି, ଅମୂଲ୍ୟ ପରିଡ଼ା ଅତିଥି ଥିଲେ। ଶ୍ରୀଧର ବଳିଆରସିଂହ୯, ମୁନା ରାଉଳ, କ୍ଷୀରୋଦ ବଳିଆରସିଂହ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର