ଗତ ତିନି ମ୍ୟାଚ୍ରେ ଯାହା ହୋଇଛି ତାହାକୁ ଭୁଲି ବର୍ତ୍ତମାନର ମ୍ୟାଚ୍ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ। ପିଚ୍ ଭଲ ରହିଛି। ତେଣୁ ଫଳାଫଳ ପାଇବାକୁ ଅଧିକ ପରିଶ୍ରମ କରିବାକୁ ହେବ। ସମସ୍ତ ଖେଳାଳି ମାନସିକ ଭାବେ ଭଲ ସ୍ଥିତିରେ ଅଛନ୍ତି। ଅଭ୍ୟାସ ପରେ ବି ପ୍ରତ୍ୟେକ ସାଥି ଖେଳାଳିଙ୍କ ଖୋଲା ମତ ନିଆଯାଇଛି। ସମସ୍ତଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉଥିବା ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର କହିଛନ୍ତି। ତାଙ୍କ ମତରେ ତାମିଲନାଡୁ ଦଳରେ ଆନ୍ତର୍ଜାତିକ ଖେଳାଳି ରୁହନ୍ତୁ କି ନାହିଁ ତାହା ଆମ ଉପରେ କୌଣସି ଫରକ ପକାଇବନି। ତଥାପି କିଛି ଖେଳାଳିଙ୍କ ସହିତ ଜାତୀୟ ଶିବିର ବେଳେ ସମୟ କଟାଇଛି। ଉଣା ଅଧିକେ କେତେ ଜଣଙ୍କୁ ଜାଣିଛି। ଏହାସତ୍ତ୍ୱେ ଘରୋଇ ପଡ଼ିଆରେ ଆମକୁ ଫାଇଦା ନେବାକୁ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।
ଜିତିବା ଲକ୍ଷ୍ୟ ନେଇ ଖେଳିବୁ: ବିଜୟ ଶଙ୍କର
ଓଡ଼ିଶା ବିପକ୍ଷ ମ୍ୟାଚ୍କୁ ନେଇ କୌଣସି ଚିନ୍ତା ନାହିଁ। କେବଳ ଭଲ ଖେଳିବୁ ଓ ମ୍ୟାଚ୍ ଜିତିବା ଲକ୍ଷ୍ୟ ରଖିଛୁ। ତଥାପି ଫଳାଫଳ ଯାହା ହେଉନା କାହିଁକି ମ୍ୟାଚ୍କୁ ଭଲଭାବେ ଉପଭୋଗ କରିବାକୁ ଚେଷ୍ଟା କରିବୁ ବୋଲି ତାମିଲନାଡ଼ୁର ବରିଷ୍ଠ ଖେଳାଳି ବିଜୟ ଶଙ୍କର କହିଛନ୍ତି। ଡ୍ରିମ୍ସରେ ଗତ ଋତୁରେ ବିଜୟ ହଜାରେ ଟ୍ରଫି ଖେଳାଯାଇଛି। ତେଣୁ ଏଠାକାର ପିଚ୍ ଓ ଆଉଟଫିଲ୍ଡ ସହିତ ସମସ୍ତ ଖେଳାଳି ଓତଃପ୍ରୋତଃ ଭାବେ ଜଡ଼ିତ। କିନ୍ତୁ ମ୍ୟାଚ୍ରେ କିଛି ବି ହୋଇପାରେ। ସେଥିପାଇଁ ସାମର୍ଥ୍ୟ ଅନୁଯାୟୀ ଆମକୁ ଖେଳିବାକୁ ହେବ। ନକ୍ଆଉଟ ପର୍ଯ୍ୟାୟକୁ ଯିବାକୁ ହେଲେ ଏହି ମ୍ୟାଚ୍ ଜିତିିବାକୁ ପଡ଼ିବ। ତେଣୁ ଯେକୌଣସି ଦଳ ହେଉନା କାହିଁକି ଜିତିବା ଲକ୍ଷ୍ୟ ନେଇ ସବୁବେଳେ ମ୍ୟାଚ୍କୁ ଓହ୍ଲାଇବାକୁ ହେବ ବୋଲି ସେ କହିଛନ୍ତି।
ବ୍ୟାଟିଂ ଉପଯୋଗୀ ପିଚ୍
ଓଡ଼ିଶା ଓ ତାମିଲନାଡ଼ୁ ମ୍ୟାଚ୍ରେ ବ୍ୟାଟ୍ସମ୍ୟାନଙ୍କ ବାହାଦୂରି ଦେଖବାକୁ ମିଳିବ। ବିଶାଖାପାଟଣାର କ୍ୟୁରେଟର ନାଗା ମଲାୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ଉପଯୋଗୀ ହେବ ବୋଲି ଜଣାପଡ଼ିଛି। ଫ୍ଲାଟ୍ ପିଚ୍ରେ ଘାସ କମ୍ ରହୁଛି। ଯଦିଓ ନାଗା ପିଚ୍ ଉପରେ କିଛି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି ତଥାପି ପ୍ରଥମ ଦିନରୁ ହିଁ ଭଲ ସ୍କୋର ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି। ମଙ୍ଗଳବାର ଓଡ଼ିଶା ପ୍ରଶିକ୍ଷକ ଶିବସୁନ୍ଦର ଦାସଙ୍କ ସହିତ ପ୍ରାୟ ସମସ୍ତ ଖେଳାଳି ପିଚ୍ର ସ୍ଥିତିକୁ ଦେଖି ଆତ୍ମସନ୍ତୋଷରେ ରହିଛନ୍ତି। ଭ୍ରମଣକାରୀ ଦଳର ମଧ୍ୟ ଦୁଇ ପ୍ରଶିକ୍ଷକ କାନିତ୍କର ଓ ବାଲାଜୀ ପିଚ୍କୁ ନେଇ ସନ୍ତୁଷ୍ଟ ଅଛନ୍ତି।
ପଛକଥା ଭୁଲି ଭଲ କ୍ରିକେଟ୍ ଖେଳିବାକୁ ହେବ: ଗୋବିନ୍ଦ
/sambad/media/post_attachments/wp-content/uploads/2017/11/cricket-wallpapers-017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)